ଗୁଆମରେ ଟାଇଫୁନ ‘ମାୱାର’ର ତାଣ୍ଡବ

ଗୁଆମ : ଆମେରିକାର ଦ୍ବୀପରାଜ୍ୟ ଗୁଆମରେ ଟାଇଫୁନ ମାୱାର ବୁଧବାର ତାଣ୍ଡବ ରଚିଛି। ରାଜ୍ୟବାସୀଙ୍କୁ ଭୟଙ୍କର ବର୍ଷା-ପବନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୨୫ କିମି ବେଗରେ ପବନ ବହିଥିଲା। ଫଳରେ ରାଜ୍ୟର ବିଦ୍ୟୁତ୍, ପାଣି ଓ ଇଣ୍ଟରନେଟ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଗଛବୃଚ୍ଛ ଉପୁଡ଼ି ପିଡ଼ିଥିଲା। ପ୍ରାୟ ୨ ଫୁଟ୍ (୦.୬ ମିଟର)ର ପ୍ରବଳ ବର୍ଷା ଯୋଗୁ ସବୁଆଡ଼ ଜଳାର୍ଣ୍ଣବ ହୋଇପଡ଼ିଥିଲା।

ମଧ୍ୟରାତ୍ର ପରେ ପବନର ବେଗ ହ୍ରାସ ପାଇଥିବା ବେଳେ ଗୁରୁବାର ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଉକ୍ତ ଦ୍ବୀପରାଜ୍ୟରେ ୧୩ ବର୍ଷ ପରେ ଏଭଳି ଭୟଙ୍କର ବାତ୍ୟା ହୋଇଥିବା ପାଣିପାଗ ବିଶାରଦ ଦୁଇଭାଇ ବ୍ରାଣ୍ଡନ ଆଇଡଲେଟ ଓ ଲାଣ୍ଡନ ଆଇଡଲେଟ କହିଛନ୍ତି। ଗୁଆମବାସୀଙ୍କ ପାଇଁ ଟାୱାର ଅଫ୍ ହ୍ୟୁମ୍ୟାନିଟି ପକ୍ଷରୁ ୨୦,୦୦୦ ଡଲାର ସହାୟତା ଘୋଷଣା କରାଯାଇଛି। ଗୁଆମ ଦ୍ବୀପରେ ପ୍ରାୟ ଦେଢ଼ଲକ୍ଷ ଲୋକ ବାସ କରନ୍ତି।

ସମ୍ବନ୍ଧିତ ଖବର