ବାଂଲାଦେଶୀ ଭାବି ପଶ୍ଚିମବଙ୍ଗ ଦମ୍ପତିଙ୍କୁ ୩୦୧ ଦିନ ଜେଲ୍‌ରେ ରଖିଦେଲେ

କୋଲକାତା : ଶ୍ରମିକ ଭାବେ କାମ କରିବାପାଇଁ ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ବେଙ୍ଗାଲୁରୁ ଯାଇଥିବା ଦମ୍ପତିଙ୍କୁ ୩୦୧ ଦିନ ଜେଲ୍‌ରେ ରହିବାକୁ ପଡ଼ିଛି। ଏହାର କାରଣ ହେଉଛି ସେମାନଙ୍କୁ ବେଆଇନ ବାଂଲାଦେଶୀ ଆପ୍ରବାସୀ ବୋଲି ସନ୍ଦେହ କରାଯାଇଥିଲା ଏବଂ ପୁଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପଲାଶ ଏବଂ ଶୁକ୍ଳା ଅଧିକାରୀଙ୍କ ସଂଘର୍ଷ ୨୦୨୨ ଜୁଲାଇରେ ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁରେ ୨ ବର୍ଷର ଶିଶୁ ସହ ଥିବା ଦମ୍ପତିଙ୍କୁ ପୁଲିସ ଗିରଫ କରିଥିଲା। ବାଂଲାଦେଶୀ ନାଗରିକ ବୋଲି ସନ୍ଦେହ କରି ପୁଲିସ ସେମାନଙ୍କୁ ଗିରଫ କରିବା ସହ ବିଦେଶ ଆଇନ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଉକ୍ତ ଦମ୍ପତି ପୁଲିସକୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ସେମାନେ ପୂର୍ବ ବର୍ଦ୍ଧମାନର ଜମଲପୁର ଥାନା ଅଧୀନସ୍ଥ ଏକ ଗ୍ରାମରୁ ଆସିଛନ୍ତି। କିନ୍ତୁ ପୁଲିସ ଶୁଣିନଥିଲା। ପରେ ବେଙ୍ଗାଲୁରୁରୁ ଏକ ପୁଲିସ ଟିମ୍‌ ପୂର୍ବ ବର୍ଦ୍ଧମାନ ସ୍ଥିତ ସେମାନଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଟିମ୍‌ ମଧ୍ୟ ଜମଲପୁର ବିଡିଓଙ୍କୁ ଭେଟିଥିଲେ ଏବଂ ତଥ୍ୟ ଯାଞ୍ଚ କରିଥିଲେ। ପଲାଶଙ୍କ ସମ୍ପର୍କୀୟ ମଧ୍ୟ ବେଙ୍ଗାଲୁରୁରେ ପହଞ୍ଚି ସେମାନଙ୍କୁ ମୁକୁଳାଇବାକୁ ‌ଚେଷ୍ଟା କରିଥିଲେ। ପଲାଶଙ୍କ ସମ୍ପର୍କୀୟ ସୁଜୟ ହଲଦର କହିଛନ୍ତି, ଏହି ଦମ୍ପତିଙ୍କୁ ଏପ୍ରିଲ ୨୮ରେ ଜାମିନ ମିଳିଥିଲା। କିନ୍ତୁ ଅନ୍ୟ କିଛି କାରଣ ପାଇଁ ସେମାନେ ମେ’ ୨୪ ତାରିଖରେ ଜେଲ୍‌ରୁ ମୁକୁଳିଛନ୍ତି।

ସମ୍ବନ୍ଧିତ ଖବର