ହ୍ବାଇଟ୍‌ ହାଉସ୍‌ ଉତ୍ସବ ମୁଖର: ସବୁଠୁ ବଡ଼ ଦୀପାବଳି ପାଳିଲେ ବାଇଡେନ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇସ୍‌ ହାଉସ୍‌ରେ ସୋମବାର ଦୀପାବଳି ପାଳନ କରିଛନ୍ତି। ଆମେରିକାରେ ରହୁଥିବା ୨୦୦ରୁ ଅଧିକ ଗଣ୍ୟମାନ୍ୟ ଭାରତୀୟଙ୍କୁ ନେଇ ସେ ଉତ୍ସବ ମନାଇଛନ୍ତି। ହ୍ବାଇଟ୍‌ହାଉସ୍‌ର ଇଷ୍ଟ ରୁମ୍‌ରେ ଏହି ଉତ୍ସବ ଆୟୋଜନ ହୋଇଥିଲା। ଏଥିରେ ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ ମଧ୍ୟ ସାମିଲ ହୋଇଥିଲେ। ଜର୍ଜ ବୁଶ୍‌ଙ୍କ ଅମଳରୁ ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ଉତ୍ସବ ପାଳନ କରାଯାଇ ଆସୁଛି। ତେବେ ବାଇଡେନ ଆୟୋଜନ କରିଥିବା ଅଭ୍ୟର୍ଥନା ଆଜି ପର୍ଯ୍ୟନ୍ତ ସବୁଠୁ ବଡ଼ ବୋଲି କୁହାଯାଉଛି। ଦୀପାବଳି ଉତ୍ସବରେ ଆଖିଦୃଶିଆ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସୀତାର ବାଦକ ରିଶବ ଶର୍ମା ଏବଂ ସା ଡ୍ୟାନ୍ସ କମ୍ପାନିର ଟ୍ରୁପ୍ ପକ୍ଷରୁ ଯଥାକ୍ରମେ ସୀତାର ବାଦନ ଏବଂ ନୃତ୍ୟ ପରିବେଷଣ ହୋଇଥିଲା।

ଭାରତରେ ଦୀପାବଳି ପାଳନ ସ୍ମୃତି ବଖାଣିଲେ କମଳା ହାରିସ୍‌
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ହ୍ବାଇଟ୍‌ ହାଉସରେ ଆୟୋଜିତ ଦୀପାବଳି ଉତ୍ସବରେ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସ ଯୋଗ ଦେଇଥିଲେ। ସେ ଏହି ଅବସରରେ ଭାରତରେ ପାଳନ କରୁଥିବା ଦୀପାବଳିର ସ୍ମୃତି ବଖାଣିଛନ୍ତି। ସେ କହିଥିଲେ ପିଲାଦିନେ ଆପଣଙ୍କ ଭଳି ମୁଁ ମଧ୍ୟ ଦୀପାବଳି ପାଳନ କରୁଥିଲି। ପ୍ରତି ‌ଗୋଟିଏ ବର୍ଷ ବ୍ୟବଧାନରେ ଆମେ ଭାରତ ଯାଉଥିଲୁ। ରାତିରେ ମୁଁ ଏବଂ ମୋ ଭଉଣୀ ମାୟା ରାତି ଅଧରେ ଉଠି ପରିବାରର ସବୁଠୁ ବୟସ୍କ ସଦସ୍ୟ ଜେଜେ‌ବାପାଙ୍କ ନିକଟକୁ ଯାଉଥିଲୁ। ଅପରାହ୍ଣ ବେଳକୁ ମାଆ ଆମକୁ ବାଣ କିଣିବା ପାଇଁ ଟଙ୍କା ଦେଉଥିଲେ। ବାଣ ଆଣି ରାସ୍ତାକୁ ଯାଇ ଆମେ ଖୁସି ମନାଉଥିଲୁ।

ସମ୍ବନ୍ଧିତ ଖବର