ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରସିଧା ପ୍ରସାରଣକୁ ସମଗ୍ର ବିଶ୍ବ ଦେଖିଥିଲା। ବ୍ରିଟେନ୍, ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ୍, ନେପାଳ ଏବଂ ଆହୁରି ଅନେକ ରାଷ୍ଟ୍ରରେ ୪୫୦ ଟେଲିଭିଜନ୍ ଷ୍ଟେସନ୍ ଏହାର ପ୍ରସାରଣ କରିଥିଲେ। ଲୋକମାନେ ମଧ୍ୟ ୟୁଟ୍ୟୁବ୍ରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ। ତେବେ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଇଟାଲି, ନେଦରଲାଣ୍ଡ୍, ଜାପାନ, କାନାଡ଼ା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍, ୟୁଏଇ, ସାଉଦି ଆରବ, ଓମାନ୍, କୁୱେତ୍, ନେପାଳ, ପାକିସ୍ତାନ, ବାଂଲାଦେଶ, ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ୍, ଫିଲିପାଇନ୍ସ, ସିଙ୍ଗାପୁର, ଶ୍ରୀଲଙ୍କା ଏବଂ ମରିସସ୍ର ଅଧିକାଂଶ ଦର୍ଶକ ଏହି କାର୍ଯ୍ୟକ୍ରମ ଦେଖିଥିଲେ ବୋଲି ଦୂରଦର୍ଶନ ପକ୍ଷରୁ ଜଣାପଡ଼ିଛି। ଭାରତରେ ୨୦୦ରୁ ଅଧିକ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମର ସିଗ୍ନାଲ୍କୁ ଏଏନ୍ଆଇ ଦ୍ବାରା ବିଶ୍ବବ୍ୟାପୀ ପ୍ରାୟ ୧୨୦୦ ଟି ଷ୍ଟେସନ୍କୁ ଏବଂ ଏପିଟିନ୍ ଦ୍ବାରା ୪୫୦ ଟି ମିଡିଆ ହାଉସ୍କୁ ଲିଙ୍କ୍ ଦିଆଯାଇଥିଲା।
ଅଯୋଧ୍ୟା ଉତ୍ସବକୁ ସମଗ୍ର ବିଶ୍ବ ଦେଖିଲା
/sambad/media/post_attachments/wp-content/uploads/2020/08/ayodhya-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)