ନୂଆଦିଲ୍ଲୀ : ଜଣେ ପତ୍ନୀ କେବେ ତାଙ୍କ ସ୍ବାମୀଙ୍କର ଦାସୀ କି ଅସ୍ଥାବର ସମ୍ପତ୍ତି ନୁହେଁ ଯେ ତାଙ୍କୁ ସାଙ୍ଗରେ ରହିବା ପାଇଁ ବାଧ୍ୟ କରାଯାଇପାରିବ। ଅଲଗା ରହୁଥିବା ପତ୍ନୀଙ୍କ ସହ ପୁଣି ଥରେ ଦାମ୍ପତ୍ୟ ଜୀବନ ଚାଲୁ ରଖିବା ପାଇଁ ଜଣେ ସ୍ବାମୀ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କିଷାନ କୌଲ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏପରି ଟିପ୍ପଣୀ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୧୩ ମସିହାରେ ବିବାହିତ ଗୋରଖପୁରର ଜଣେ ମହିଳା ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଶାଶୂଘର ଲୋକ ତଡ଼ିଦେଇଥିଲେ ବୋଲି ଅଭିଯୋଗ ଆଣି ସେ ନିଜର ଭରଣପୋଷଣ ପାଇଁ ୨୦୧୫ରେ ଏକ ମାମଲା ଦାଏର କରିଥିଲେ। ମାମଲାର ବିଚାର କରି ମାସକୁ ୨୦ ହଜାର ଟଙ୍କା ଦେବାକୁ ତାଙ୍କ ସ୍ବାମୀଙ୍କୁ ଗୋରଖପୁରର ଏକ ପରିବାର ଅଦାଲତ ନିର୍ଦ୍ଦେଶ କରିଥିଲେ। ତେବେ ଏଥିରେ ରାଜି ନହେବା ସହ ପତ୍ନୀଙ୍କ ସହ ପୁଣି ଥରେ ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପାଇଁ ସଂପୃକ୍ତ ସ୍ବାମୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ପତ୍ନୀ କେବେ ପୁରୁଷର ଦାସୀ ନୁହେଁ, ସ୍ବାମୀ ସହ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ
/sambad/media/post_attachments/wp-content/uploads/2021/02/supreme-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)