୫ ମାସ ପ‌ରେ ଦେଖାଦେଲେ ଉତ୍ତର କୋରିଆ ଶାସକଙ୍କ ପତ୍ନୀ

ପାଙ୍ଗଙ୍ଗ୍: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ପତ୍ନୀ ରି ସୋଲ୍‌ ଜୁ ଦୀର୍ଘ ୫ ମାସ ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରାୟତ୍ତ ଗଣମାଧ୍ୟମରେ ଦେଖା ଦେଇଛନ୍ତି। କିମ୍‌ ଏବଂ ରି ପାଙ୍ଗଙ୍ଗ୍‌ର ମାନସୁଡେ ଆର୍ଟ ଥିଏଟରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷ ଥର ପାଇଁ ସେପ୍ଟେମ୍ବର ୯ ତାରିଖରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା। ଏକ ସମୟରେ ରି’ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥି‌ଲେ। ସାମାଜିକ, ବ୍ୟବସାୟିକ ଏବଂ ସାମରିକ କ୍ଷେତ୍ରରେ ବି ‌ସେ ଉନ୍‌ଙ୍କ ସହ ରହୁଥିଲେ। ଗତବର୍ଷ ଫେବ୍ରଆରି ସେ ଏକ କନସର୍ଟ‌ରେ ଦେଖାଦେବା ପରେ ପ୍ରାୟ ବର୍ଷକ ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଇଥିଲେ। ଏଥିଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠିଲା। ସେ ଅସୁସ୍ଥ କିମ୍ବା ଗର୍ଭବତୀ ଥାଇ ପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ଏହାପରେ ସେପ୍ଟେମ୍ବ‌ରରେ ଉନ୍‌ଙ୍କ ପତ୍ନୀ ସର୍ବସାଧାରଣରେ ଦେଖା ଦେଇଥ‌ିଲେ।

ସମ୍ବନ୍ଧିତ ଖବର