ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ ରହିଛି। ବର୍ତ୍ତମାନ ସ୍ଥିତିରେ ମଧ୍ୟ ସଂସଦ ଅଧିବେଶନ ବସିବା ଠିକ୍ ହେବନାହିଁ ବୋଲି ବିଚାର କରାଯାଉଛି । ତେଣୁ ଆଗାମୀ ଶୀତ ଅଧିବେଶନ ମୁଲତବୀ ରହିପାରେ। ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଦିଲ୍ଲୀରେ ହଠାତ୍ ସଂକ୍ରମଣ ବଢ଼ିଯାଇଥିବାରୁ ବର୍ତ୍ତମାନ ସ୍ଥିତିରେ ସଂସଦରେ ଅଧିବେଶନ ବସିବା ଯୁକ୍ତିଯୁକ୍ତ ହେବନାହିଁ ବୋଲି କୁହାଯାଉଛି। ତେବେ ପୃଥକ୍ ଭାବେ ଶୀତ ଏବଂ ବଜେଟ୍ ଅଧିବେଶନ ପରିବର୍ତ୍ତେ ମିଳିତ ଭାବେ ଗୋଟିଏ ଅଧିବେଶନ ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ଏଯାବତ୍ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତ ଅଧିବେଶନ ହୋଇଥାଏ । ଅନ୍ୟପକ୍ଷେ ଜାନୁଆରି ଶେଷ ସପ୍ତାହରେ ବଜେଟ୍ ଅଧିବେଶନ ହୋଇଥାଏ। ଦୁଇଟି ଯାକ ଅଧିବେଶନ ଏକାଠି କରିବାପାଇଁ ଆସିଥିବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି।
ଶୀତକାଳୀନ ଓ ବଜେଟ୍ ଅଧିବେଶନ ଏକସଂଗରେ ହୋଇପାରେ
/sambad/media/post_attachments/wp-content/uploads/2020/09/parliamentary-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)