ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ଚତୁର୍ଥ ସପ୍ତାହରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇପାରେ। ସମସ୍ତ କୋଭିଡ୍ ନିୟମାବଳୀ ପାଳନ ସହ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଶୀତ ଅଧୀବେଶନ ସମୟରେ ୨୦ଟି କାର୍ଯ୍ୟଦିବସ ରହିବ। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଗତବର୍ଷ ଶୀତ ଅଧିବେଶନ ହୋଇପାରିନଥିଲା। ଅନ୍ୟପକ୍ଷେ ବଜେଟ୍ ଏବଂ ମୌସୁମୀ ଅଧିବେଶନକୁ କୋଭିଡ୍ ପାଇଁ କାଣ୍ଟଛାଣ୍ଟ କରାଯାଇଥିଲା। ସରକାରୀ ଭାବେ ଶୀତ ଅଧିବେଶନ କେବେ ହେବ ଘୋଷଣା ହୋଇନଥିଲେ ସୁଦ୍ଧା ନଭେମ୍ବର ୨୯ରେ ଅଧିବେଶନ ଆରମ୍ଭ ହେବ ଏବଂ ଡିସେମ୍ବର ୨୩ରେ ଅଧିବେଶନ ଶେଷ ହେବ ବୋଲି ଜଣାପଡ଼ିଛି।
ନଭେମ୍ବର ଚତୁର୍ଥ ସପ୍ତାହରୁ ହୋଇପାରେ ଶୀତ ଅଧିବେଶନ
/sambad/media/post_attachments/wp-content/uploads/2021/10/parliament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)