ଜିନ୍ସ ପିନ୍ଧିବାକୁ ମନା କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଜାମତାଡ଼ା : ଝାଡ଼ଖଣ୍ଡର ଜାମତାଡ଼ା ଜିଲ୍ଲାରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନବବିବାହିତା ସ୍ତ୍ରୀକୁ ତା’ ସ୍ବାମୀ ବାହାଘର ପରେ ଜିନ୍ସ ପିନ୍ଧିବାକୁ ବାରଣ କରିବାରୁ ଉତ୍‌କ୍ଷିପ୍ତା ସ୍ତ୍ରୀ ଛୁରି ଭୁସି ସ୍ବାମୀଙ୍କୁ ହତ୍ୟା କରିଛି। ଜାମତାଡ଼ା ଥାନା ଅନ୍ତର୍ଗତ ଜୋଡ଼ଭିଥା ଗାଁରେ ଘଟିଛି ଏହି ଘଟଣା।

ପୁଷ୍ପା ହେମ୍ବ୍ରମ୍ ନାମ୍ନୀ ମହିଳା ଜଣକ ଗୋପାଳପୁର ଗାଁକୁ ଏକ ମେଳା ଦେଖିବାକୁ ଜିନ୍ସ ପିନ୍ଧି ଯାଇଥିଲା। ସେ ଯେତେବେଳେ ଘରକୁ ଫେରିଲା ତା’ର ବେଶଭୂଷା ଦେଖି ସ୍ବାମୀ ବିରକ୍ତି ପ୍ରକାଶ କଲେ। ଦୁହିଁଙ୍କ ଭିତରେ ଝଗଡ଼ା ଉଗ୍ରରୂପ ନେବାରୁ ସ୍ତ୍ରୀ ରାଗିଯାଇ ସ୍ବାମୀଙ୍କୁ ଛୁରିଭୁସି ଦେଲା। ଏଥିରେ ଗୁରୁତର ଆହତ ସ୍ବାମୀଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହା ଉପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର