ନ୍ୟୁୟର୍କ: କୌଣସି ମଣିଷ ନିଜ ମୃତ୍ୟୁ ବିଷୟରେ ପୂର୍ବାନୁମାନ କରିପାରନ୍ତି ନାହିଁ। ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ମୃତ୍ୟୁର କିଛିଟା ସଙ୍କେତ ପାଇଯାଇଥାଆନ୍ତି। ଏମିତି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି। ନ୍ୟୁୟର୍କରେ ରହୁଥିବା ୩୮ବର୍ଷୀୟା ମହିଳା କେସି ମେକଇଣ୍ଟାୟରଙ୍କ ସହ ଏମିତି ଏକ ଘଟଣା ଘଟିଥିଲା। ଏହି ମହିଳାଜଣକ ଚତୁର୍ଥ ପର୍ଯ୍ୟାୟ ଜରାୟୁ କର୍କଟରେ ପୀଡ଼ିତା ଥିଲେ। ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ପୁଣିଥ‌ରେ ସେ ଏହି ରୋଗରେ ପୀଡ଼ିତ ହୋଇ ଯାଇଥିଲେ। କେସି ଏହା ଜାଣିବା ପରେ ତାଙ୍କୁ କିଛି ଠିକ୍ ଲାଗି ନ ଥିଲା।

Advertisment

ଦିନେ ସେ ଘରେ ଏକା ବସିଥିବା ବେଳେ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ପିଲା ଓ ସ୍ବାମୀଙ୍କ ସହ ଏକ ଦୁଃଖଦ ପୋଷ୍ଟ ସେୟାର କରି ଲେଖିଥିଲେ ଯେ, ‘ଯଦି ଆପଣ ଏହି ନୋଟ୍ ପଢ଼ୁଛନ୍ତି, ଏହାର ଅର୍ଥ ହେଉଛି ମୁଁ ମରିସାରିଛି।’ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେସି ଏହି ପୋଷ୍ଟରେ କହିଥିବା କଥା ସତ ପ୍ରମାଣିତ ହୋଇଥିଲା। କାରଣ ଏହି ପୋଷ୍ଟର କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳା ନ୍ୟୁୟର୍କରେ ଥିବା ତାଙ୍କ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ କିଛିଲୋକ ପ୍ରତିକ୍ରିୟା ଦେଇ କହିଥିଲେ, ‘ଏମିତି ବି ମୃତ୍ୟୁ ଆସେ?।’ ଆଉ ଜଣେ ଲେଖିଥିଲେ, ‘କେସି ସେତିକି ଭାଗ୍ୟବତୀ ଥ‌ିଲେ ବୋଲି ନିଜ ମୃତ୍ୟୁର ପୂର୍ବସଙ୍କେତ ପାଇଯାଇଥିଲେ। ଏମିତି ଘଟଣା ଖୁବ୍‌ କମ୍‌ ଲୋକଙ୍କ କ୍ଷେତ୍ର‌ରେ ଦେଖିବାକୁ ମିଳିଥାଏ।’