ଅଭିଯୋଗ କରିବାକୁ ଯାଇଥିବା ମହିଳାଙ୍କୁ ଥାନାରେ ଦୁଷ୍କର୍ମ

ଜୟପୁର(ରାଜସ୍ଥାନ): ଆଜି ମହିଳାମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ସର୍ବତ୍ର ବିଶ୍ବ ମହିଳା ଦିବସ ପାଳିତ ହେଉଥିବା ବେଳେ ରାଜସ୍ଥାନର ଏକ ଥାନାକୁ ଅଭିଯୋଗ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ପୁଲିସ ବାବୁଙ୍କ ଦୁଷ୍କର୍ମ ଘଟଣା ଆଲୋଡ଼ନ ଆଣିଦେଇଛି। ରାଜସ୍ଥାନର ଅଲଵାର ଜିଲ୍ଲା ଅନ୍ତର୍ଗତ ଉକ୍ତ ଥାନାକୁ ନିଜ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ବାବଦରେ ଅଭିଯୋଗ କରିବାକୁ ସଂପୃ୍କ୍ତ ୨୬ ବର୍ଷୀୟା ଜଣକ ଗତ ୨ ତାରିଖରେ ଯାଇଥିଲେ। ତେବେ ଥାନାରେ ରହୁଥିବା ୫୦ ବର୍ଷୀୟ ଭାରପ୍ରାପ୍ତ ଦ୍ବିତୀୟ ଥାନାବାବୁ (ସବ୍‌ଇନ୍ସପେକ୍ଟର) ଜଣକ ତାଙ୍କୁ ୪ ତାରିଖ ଯାଏ ଲଗାତାର ତିନି ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ଦାଏର ହେବା ସହ ତାଙ୍କୁ ଗିରଫ କରାଯାଇଛି ବୋଲି ଅଲଵାର ପୁଲିସ ଅଧୀକ୍ଷକ କହିଛନ୍ତି।

ସମ୍ବନ୍ଧିତ ଖବର