ଝିଅ ସହ ଦୁଷ୍କର୍ମକୁ ସମର୍ଥନ କରିଥିବା ମହିଳାଙ୍କ ଜାମିନ ଖାରଜ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ମହିଳା ଜଣକ ନିଜ ଝିଅ ସହ ଦୀର୍ଘ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା‌ ପଶୁତୁଲ୍ୟ ସ୍ବାମୀକୁ ସମର୍ଥନ ଜଣାଇଥିବାରୁ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜର ଦୁଇ ଜଣ ଝିଅଙ୍କୁ ଦୀର୍ଘ ବର୍ଷ ଧରି ଦୁଷ୍କର୍ମ କରି ଆସୁଥି‌ଲେ ଏବଂ ସ୍ବାମୀଙ୍କ ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ସମର୍ଥନ କରୁଥିଲେ। ତେବେ ଆଜି ହାଇକୋର୍ଟ ଏହି ମହିଳାଙ୍କ ଜାମିନ ଆବେଦନକୁ ରଦ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର