ନୂଆଦିଲ୍ଲୀ: ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍କୟାରା ଟନେଲରୁ ଉଦ୍ଧାର ହୋଇଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ବିଶ୍ୱଜିତ କୁମାର ବର୍ମା ବୁଧବାର ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ଶ୍ରମିକ ଜଣକ କହିଛନ୍ତି ଯେ ତାଙ୍କୁ ଏବଂ ଫସି ରହିଥିବା ଅନ୍ୟମାନଙ୍କୁ ସୁଡ଼ଙ୍ଗ ଭିତରେ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ବର୍ମା କହିଛନ୍ତି, ପ୍ରଥମ ୧୫-୨୦ ଘଣ୍ଟା ଆମେ ଅସୁବିଧାର ସମ୍ମୁଖୀନ ହୋଇଥିଲୁ। କିନ୍ତୁ ପରେ ଆମକୁ ଭାତ, ଡାଲି ଓ ଶୁଖିଲା ଫଳ ଯୋଗାଇବା ପାଇଁ ପାଇପ୍ ଲଗାଯାଇଥିଲା।

Advertisment

ପରେ ମାଇକ୍ ଲଗାଯାଇଥିଲା ଏବଂ ମୁଁ ମୋ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବାରେ ସକ୍ଷମ ହୋଇଥିଲି। ଏବେ ମୁଁ ଖୁସି, ଦୀପାବଳି ପାଳନ କରିବି ବୋଲି ଶ୍ରମିକ ଜଣକ କହିଛନ୍ତି। ଉଦ୍ଧାର ଶ୍ରମିକମାନଙ୍କୁ ଏବେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ପଠାଯାଇଛି। ଏହାପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ କାହାର ଅବସ୍ଥା ସଙ୍କଟାପନ୍ନ ନାହିଁ।