ବିଶ୍ବ ପାଇଁ ଏବେ ଯୋଗର ଆବଶ୍ୟକତା ବେଶି: ମୋଦୀ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ପରିପ୍ରେକ୍ଷୀରେ ବିଶ୍ବ ସମୁଦାୟ ଏବେ ଯୋଗର ଆବଶ୍ୟକତାକୁ ସବୁଠୁ ଅଧିକ ଉପଲବ୍ଧି କରୁଛନ୍ତି। ଭାରତୀୟମାନଙ୍କ ଏହି ପ୍ରାଚୀନ ପରମ୍ପରା ବିଶ୍ବ ତମାମ କୋଭିଡ୍ ରୋଗୀଙ୍କୁ ଉପଶମ ଦେବାରେ ସକ୍ଷମ ହୋଇଥିବା ପ୍ରମାଣିତ ହୋଇଛି। କରୋନାଭୂତାଣୁ ସାର୍ସ–କୋଭ୍–୨ ବିଶେଷ କରି ଆମର ଶ୍ବାସକ୍ରିୟା ପ୍ରଣାଳୀକୁ ଆକ୍ରମଣ କରୁଥିବା ବେଳେ ପ୍ରାଣାୟମ ପରି ଶ୍ବାସକ୍ରିୟା ଜନିତ ବ୍ୟାୟାମ ହିଁ ଏହି ପ୍ରଣାଳୀକୁ ଅଧିକ ମଜଭୁତ କରି କରୋନାଭୂତାଣୁକୁ ପ୍ରତିରୋଧ କରିବାରେ ସମର୍ଥ। ସୁତରାଂ ପ୍ରତ୍ୟେକ ନିଜର ଦୈନନ୍ଦିନ ଜୀବନରେ ପ୍ରାଣାୟାମକୁ ଅନ୍ତର୍ଭୁକ୍ତ କରିବା ଶ୍ରେୟସ୍କର ହେବା ରବିବାର ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗର ମହନୀୟତା ସମ୍ପର୍କରେ ଏପରି ବକ୍ତବ୍ୟ ରଖିଛନ୍ତି।

୧୫ ମିନିଟର ଅଭିଭାଷଣରେ ମୋଦୀ ମଧ୍ୟ ଆହୁରି କହିଛନ୍ତି ଯେ, ଜାତି–ଧର୍ମ–ବର୍ଣ୍ଣ–ବିଶ୍ବାସ–ରାଷ୍ଟ୍ର ନିବିର୍ଶେଷରେ ଯୋଗ ହିଁ ସମ୍ପ୍ରତି ଏକତାର ବଳ ହୋଇ ଉତ୍ତୀର୍ଣ୍ଣ ହୋଇଛିା କୌଣସି ବାଛବିଚାର ନକରି ମନୁଷ୍ୟ ମନୁଷ୍ୟ ଭିତରେ ରହିଥିବା ବନ୍ଧନକୁ ଏହା ଅଧିକ ସୁଦୃଢ଼ କରିବା ସହ ଏକ ସୁସ୍ଥ ଗ୍ରହ ସନ୍ଧାନ ପାଇଁ ଜାରି ରହିଥିବା ଆମର ଆକାଂକ୍ଷାକୁ ଯୋଗ ଦୃଢ଼ୀଭୂତ କରିଛିା ତେଣୁ ବିଶ୍ବ ଭ୍ରାତୃଭାବର ବାର୍ତ୍ତା ବହନ କରୁଥିବା ଏହି ବିରଳ ମାଧ୍ୟମ ଯୋଗକୁ ଯେ କେହି ମଧ୍ୟ ଆଦରିନେବାରେ ଅସୁବିଧା ନାହିାଁ ସେହିପରି ଆମ ଶରୀରର ରୋଗପ୍ରତିରୋଧ ଶକ୍ତି ଦୃଡ଼ ହେଲେ କରୋନାଭୂତାଣୁ ଉପଦ୍ରବକୁ ପ୍ରତିହତ କରବା ସହଜ ହେବ; ଆଉ ସେହି ରୋଗପ୍ରତିରୋଧକ ବଡ଼ାଇବା ଲାଗି ଯୋଗର ଅନେକ ପ୍ରକ୍ରିୟା ରହିଛିା ଅନେକ ଆସନ ରହିଛି ଯାହା ଶରୀରର କାର୍ଯ୍ୟଶୀଳତାକୁ ବଢ଼ାଇବା ସହ ବିପାକ କ୍ରିୟା(ମେଟାବୋଲିଜିମ୍)କୁ ମଧ୍ୟ ନିୟନ୍ତ୍ରଣ କରିଥାଏା ଯୋଗ ଯେ କେବଳ ଆମର ଶରୀର ସୁସ୍ଥ ରଖିବା ପାଇଁ ଉଦ୍ଦିଷ୍ଟ ତାହା ନୁହେଁ, ଏହା ମଧ୍ୟ ଆମର ମାନସିକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏା ସଠିକ୍ ଖାଦ୍ୟ ଗ୍ରହଣ କରିବା, ସଠିକ୍ କ୍ରୀଡା଼ କରିବା ଏବଂ ଠିକରେ ଶୋଇବା ଓ ଚାଲିବା ହିଁ ଯୋଗର ଅନ୍ୟତମ ରୂପ ବୋଲି ମୋଦୀ କହିଛନ୍ତିା ଏପରି କର୍ମଯୋଗ ଦ୍ବାରା ଆମେ ଯେ କୌଣସି ସମସ୍ୟାର ସମାଧାନ କରିପାରିବା। ଏହା ମଧ୍ୟ ଅନ୍ୟମାନଙ୍କ ପାଇଁ ନିସ୍ବାର୍ଥପର ଭାବେ ସହାୟକ ହୋଇଥାଏ। ଭାରତର ଆତ୍ମା ସହ ଏହି କର୍ମଯୋଗର ଚେତନା ଜଡି଼ତ ହୋଇ ରହିଛିା ଲୋକେ ଯେତେବେଳେ କର୍ମଯୋଗ ଉତ୍ସାହକୁ ବହନ କରି କାର୍ଯ୍ୟ କରିଚାଲିବେ, ସେତେବେଳେ ବ୍ୟକ୍ତି, ସମାଜ ଓ ଦେଶର ଶକ୍ତି ବହୁଗୁଣିତ ହେବା ତେଣୁ ଏ ପରିପ୍ରେକ୍ଷୀରେ ସେହି କର୍ମଯୋଗର ଚେତନା ପାଇଁ ଆମ ସମସ୍ତଙ୍କୁ ଶପଥ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତିା

ସମ୍ବନ୍ଧିତ ଖବର