ସୁରଟ: ଗଣେଶୋତ୍ସବ ଅବସରରେ ସହରରେ ଅନେକ ପ୍ରକାର ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଗୁଜରାଟର ସୁରଟରେ ଏକ ବିରଳ ଗଣେଶ ମୂର୍ତ୍ତି ଉଭା ହୋଇଛି, ଯାହାକୁ ବର୍ଷକୁ ମାତ୍ର ଥରେ ପୂଜା କରାଯାଏ । କିନ୍ତୁ ଏହି ଗଣେଶ ମୂର୍ତ୍ତିଙ୍କୁ ବିଶ୍ବର ସବୁଠାରୁ ଦାମୀ ଗଣେଶ ମୂର୍ତ୍ତି ବୋଲି କୁହାଯାଉଛି । ମୂଲ୍ୟ ଆନୁମାନିକ ପ୍ରାୟ ୬୦୦ କୋଟି ଟଙ୍କା ।

Advertisment

ସୁରଟର ହୀରା ଶିଳ୍ପପତି କାନୁଭାଇ ଆସୋଦାରିଆଙ୍କ ପାଖରେ ପ୍ରାକୃତିକ ଭାବେ ପ୍ରାପ୍ତ ହୀରା ଗଣେଶ ଅଛନ୍ତି। ଏହି ଗଣେଶ ଆକୃତିର ହୀରା କୋହିନୁର ହୀରା ଠାରୁ ବଡ। ଖାଲି ସେତିକି ନୁହେଁ, ବଜାରରେ ଏହାର ମୂଲ୍ୟ ୬୦୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। 

୧୫ ବର୍ଷ ତଳେ ବ୍ୟବସାୟୀ କାନୁଭାଇ ଅସୋଦାରିଆ ବ୍ୟବସାୟ ପାଇଁ ବେଲଜିୟମ ଯାଇଥିବା ବେଳେ ଏକ ରଫ୍ ହୀରା ( କଟା ହୋଇନଥିବା ହୀରା) ନେଇ ଫେରିଥିଲେ। ଏହାପରେ ଦିନେ ତାଙ୍କ ବାପା ସ୍ୱପ୍ନ ଦେଖିଲେ, ଯେ ଉକ୍ତ ହୀରାରେ  ଗଣେଶ ଅଛନ୍ତି । ପରେ ହୀରାକୁ ଦେଖିଲେ ଜଣାପଡ଼ିଲା ଯେ ତାହା ଗଣେଶଙ୍କ ପରି ଦେଖାଯାଉଛି । ସେହିଦିନଠାରେ ସେ ଉକ୍ତ ହୀରାକୁ ପୂଜା କରୁଛନ୍ତି ।

ସେହିପରିଭାବେ ପ୍ରାପ୍ତ ଏକ ବୃହତ ହୀରାରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଦେଖାଯାଉଥିବାରୁ ସେ ଏହାକୁ ସଂରକ୍ଷିତ ରଖିଛନ୍ତି ଓ ଭକ୍ତିଭାବରେ ପୂଜା କରୁଛନ୍ତି। ସୂଚନା ଅନୁଯାୟୀ, ୧୫ ବର୍ଷ ତଳେ ବ୍ୟବସାୟୀ କାନୁଭାଇ ଅସୋଦାରିଆ ବ୍ୟବସାୟ ପାଇଁ ବେଲଜିୟମ ଯାଇଥିବା ବେଳେ ଏକ ରଫ୍ ହୀରା ( କଟା ହୋଇନଥିବା ହୀରା) ନେଇ ଫେରିଥିଲେ। ଏହାପରେ ଦିନେ ତାଙ୍କ ବାପା ସ୍ୱପ୍ନ ଦେଖିଲେ, ଯେ ଉକ୍ତ ହୀରରେ ଗଣେଶ ଅଛନ୍ତି । ପରେ ହୀରାକୁ ଦେଖିଲେ ଜଣାପଡ଼ିଲା ଯେ ତାହା ଗଣେଶଙ୍କ ପରି ଦେଖାଯାଉଛି । ଏହି ହୀରାର ଓଜନ ୧୮୨.୩ କ୍ୟାରେଟ୍ ଓ ୩୬.୫ ଗ୍ରାମ। ଏହାକୁ ଆଫ୍ରିକାର ଏକ ଖଣିରୁ ଖନନ କରାଯାଇଥିଲା ।