ବିଶ୍ବର ସର୍ବବୃହତ ସେତୁ ଉଦଘାଟିତ

ଇସ୍ତାନବୁଲ: ଏସିଆ ଓ ୟୁରୋପ ମଧ୍ୟରେ ସମ୍ପର୍କର ସେତୁବନ୍ଧ କୁହାଯାଉଥିବା ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ ସେତୁ’କୁ ଶୁକ୍ରବାର ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ତୁର୍କୀର ଉତ୍ତର-ପଶ୍ଚିମ ପ୍ରଦେଶର କାନାକାଲେର ୟୁରୋପୀୟ ପାର୍ଶ୍ୱରେ ଅବସ୍ଥିତ ଗେଲିବୋଲୁ ସହର ସହିତ ଏସିଆର ଲାପ୍ସେକି ସହରକୁ ସଂଯୋଗ କରୁଛି। ଏହି ସେତୁ ଦ୍ବାରା ଯାତ୍ରୀମାନଙ୍କୁ ଡାର୍ଡାନେଲ୍ସ ପାର ହେବା ସହଜ ହେବ। ଫେରି ଦ୍ବାରା ଯେଉଁ ରାସ୍ତାକୁ ଅତିକ୍ରମ କରିବାକୁ ଅଧା ଘଣ୍ଟା ଲାଗୁଥିଲା ତାହାକୁ ମାତ୍ର ୬ ମିନିଟରେ ଅତିକ୍ରମ କରାଯାଇପାରିବ।

ଏହି ସମାରୋହରେ ତୁର୍କୀର ରାଷ୍ଟ୍ରପତି, ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ ବୋ କ୍ୟୁମ୍‌ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଜି ସାଗରକୁ ମାରମାରା ସାଗର ସହିତ ସଂଯୋଗ କରୁଥିବା ଏହି ସେତୁର ଟାୱାର ମଧ୍ୟରେ ଦୂରତା ରହିଛି ୨,୦୨୩ ମିଟର। ୧୯୧୫ ମସିହାରେ ପ୍ରଥମ ବିଶ୍ବଯୁଦ୍ଧ ବେଳେ ତୁର୍କୀର ଡାରଡାନେଲ୍ସ ଉପରେ ଆକ୍ରମଣ କରିବାକୁ ଆସୁଥିବା ମିଳିତ ବ୍ରିଟିଶ ଏବଂ ଫରାସୀ ଜାହାଜ ଉପରେ ନୌସେନା ଆକ୍ରମଣ କରି ବିଜୟ ହୋଇଥିଲେ। ତେଣୁ ଏହି ବିଜୟର ୧୦୭ ବର୍ଷ ପୁରଣ ହେବାକୁ ଯାଉଥିବାରୁ ଏହି ବ୍ରିଜର ନାମକରଣ ଏଭଳି ହୋଇଥିବା ରାଷ୍ଟ୍ରପତି ଏରଦୋଗାନ କହିଛନ୍ତି। ଉଦଘାଟନୀ ସମାରୋହରେ ଏରଦୋଗାନ୍ କହିଛନ୍ତି, ତୁର୍କୀ ଜାପାନକୁ ପଛରେ ପକାଇ ଦେଇଛି, ଯାହାର ମଧ୍ୟଭାଗରେ ବିଶ୍ୱର ଦୀର୍ଘତମ ସେତୁ ଅଛି ଏବଂ ପ୍ରଥମ ସ୍ଥାନ ଅଧିକାର କରିଛି।

ପ୍ରଥମ ବିଶ୍ବ ଯୁଦ୍ଧରେ ମୃତ ସୈନିକମାନଙ୍କୁ ସ୍ମରଣ କରି ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ ବୋ-କିୟୁମ୍ କହିଛନ୍ତି ଯେ, ତୁର୍କୀ ଏବଂ ଦକ୍ଷିଣ କୋରିଆ କମ୍ପାନୀଗୁଡିକର ଏକ କନ୍ସୋର୍ଟିୟମ୍ ଦ୍ୱାରା ନିର୍ମିତ ଏହି ସେତୁ ତୁର୍କୀ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବନ୍ଧନକୁ ମଜବୁତ କରିବ। ଏହି ବ୍ରଜ ନିର୍ମାଣ ପାଇଁ ୨.୭ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ୨୦୨୩ ବର୍ଷରେ ଏହା ସ୍ବୀକୃତି ଲାଭ କରିବାକୁ ଯାଉଥିବାରୁ ଏହାର ଦୂରତା ମଧ୍ୟ ୨୦୨୩ ମିଟର ରହିଛି। ତେବେ ଆଜିର ଦିନରେ ଅର୍ଥାତ ମାର୍ଚ୍ଚ ୧୮(୩/୧୮)ରେ ଏହା ଉଦଘାଟିତ ହୋଇଥିବାରୁ ଟାୱାରଗୁଡିକର ଉଚ୍ଚତା ମଧ୍ୟ ୩୧୮ ମିଟର ରଖାଯାଇଛି। ତେଣୁ ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀର ଅବଦାନକୁ ସ୍ମରଣ କରିବା ପାଇଁ ଏହି ବ୍ରିଜକୁ ନିର୍ମାଣକରାଯାଇଛି। ତେବେ ଏହି ବ୍ରିଜ ଦ୍ବାରା ଇନ୍ଧନ ବ୍ୟବହାର ଓ କାର୍ବନ ନିଗମନରୁ ବର୍ଷକୁ ୪୫୮ ନିୟୁତ ଡଲାର ସଂଚୟ କରିବେହ ବୋଲି ଏରଦୋଗାନ କହିଛନ୍ତି।

ସମ୍ବନ୍ଧିତ ଖବର