ବିଶ୍ବର ଦୀର୍ଘତମ ରାଜପଥ ସୁଡ଼ଙ୍ଗ କାମ ଶେଷ, ଚଳିତ ମାସରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ମନାଲି: ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍‌’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ୧୦ ହଜାର ଫୁଟରୁ ଅଧିକ ଉଚ୍ଚରେ ନିର୍ମିତ ଏହି ଦୀର୍ଘତମ ହାଇୱେ ଟନେଲ୍‌ ଲେହ ସହ ମନାଲିକୁ ସଂଯୋଗ କରୁଛି। ଏହି ଟନେଲ୍‌ କାର୍ଯ୍ୟ ୬ ବର୍ଷରେ ଶେଷ ହେବା ପାଇଁ ଧାର୍ଯ୍ୟ ହୋଇଥିଲେ ହେଁ ଏଥିପାଇଁ ୧୦ ବର୍ଷ ସମୟ ଲାଗିଛି ବୋଲି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ କେ ପି ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଟନେଲ୍‌ର ପ୍ରତି ୬୦ ମିଟର‌ ଅନ୍ତରରେ ସିସିଟିଭି କ୍ୟାମେରା ଏବଂ ୫୦୦ ମିଟରରେ ଏମରେଜେନ୍ସି ଏକ୍‌ଜିଟ୍‌ ଟନେଲ୍‌ ରହିଛି। ଟନେଲ୍‌ ଭିତରେ ୫ଟି ଅଗ୍ନିନିରୋଧକ ଯନ୍ତ୍ର (ହାଇଡ୍ରା‌ଣ୍ଟ) ସ୍ଥାପନ କରାଯାଇଛି। ଟନେଲ୍‌ର ଚଉଡ଼ା ସାଢ଼େ ୧୦ ମିଟର। ଉଭୟ ପାର୍ଶ୍ବରେ ୧ ଫୁଟ ଲେଖାଏଁ ଫୁଟ୍‌ପାଥ୍‌ ରହିଛି। ଏହି ଟନେଲ୍‌ ଦେଇ ମନାଲିରୁ ଲେହକୁ ଗଲେ ୪୬ କିଲୋମିଟର ରାସ୍ତା କମିବା ସହ ୪ ଘଣ୍ଟା ସମୟ ବଞ୍ଚିବ ବୋଲି ପୁରୁଷୋତ୍ତମ କହିଛନ୍ତି। ଅଟଳ ଟନେଲ୍‌ ପ୍ରୋଜେକ୍ଟର ଡାଇରେକ୍ଟର କର୍ଣ୍ଣେଲ୍‌ ପରୀକ୍ଷିତ ମେହେର କହିଛନ୍ତି, ଏହି ଟନେଲ୍‌ ତିଆରି ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହାକୁ ତିଆରି କରିବା ପାଇଁ ନିଯୁକ୍ତ ଟିମ୍‌ରେ ବହୁ ଅଭିଜ୍ଞ ଯନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର
AdBlock Detected

Looks like you are using an ad-blocking browser extension. We request you to whitelist our website on the ad-blocking extension and refresh your browser to view the content.