ସମ୍ପୂର୍ଣ୍ଣ ମୁହଁରେ ଚିତା କୁଟାଇଥିବା ବିଶ୍ବର ଭୟାନକ ଅପରାଧୀ ଗିରଫ

ମିସୌରୀ: ନିଜ ମୁହଁ ସାରା ଚିତା କୁଟାଇଥିବା ଏବଂ ବିଶ୍ବର ସବୁଠୁ ଭୟାନକ ଅପରାଧୀର ମାନ୍ୟତା ପାଇଥିବା ମିସୌରୀର ମାଇକେଲ କ୍ୟାମ୍ପବେଲଙ୍କୁ ପୁଣିଥରେ ଗିରଫ କରାଯାଇଛି। ୪୬ ବର୍ଷୀୟ ମାଇକେଲର ମୁହଁ ସାରା କଳା କାଳିରେ ଆବୃତ। ତା’ ମୁହଁରେ ଅଙ୍କିତ ଅନ୍ୟ ଟାଟୁ ଭିତରେ ଅଛି କପାଳରେ ଏକ ପେଣ୍ଟାଗ୍ରାମ୍ (ପାଞ୍ଚଟି ଶୀର୍ଷ ଥିବା ତାରକା ଚିତ୍ର), ବେକରେ ଏକ ବୋ ଟାଇ ଓ ଏକ କୁକୁର ଏବଂ ଖିଅର ହୋଇଥିବା ମୁଣ୍ଡର ଗୋଟିଏ ପାଖରେ ସଂଖ୍ୟା ୮୮ ଚିତ୍ରିତ ହୋଇଛି। ତା’ର ଶରୀରର ଗୋରା ରଙ୍ଗ କେବଳ ତା’ର ନାକର ପାର୍ଶ୍ବ, ଓଠ, ନାକ ତଳ ଏବଂ ଯେଉଁଠି କଳାବୋଳା ହୋଇନି ସେଠାରେ ଦେଖିବାକୁ ମିଳିଥାଏ।

ମିଳିଥିବା ରିପୋର୍ଟ ଅନୁସାରେ, ମାଇକେଲ କ୍ୟାମ୍ପବେଲକୁ ଏକ ବଳାତ୍କାର ଉଦ୍ୟମ ଅଭିଯୋଗରେ ନିକଟରେ ଗିରଫ କରାଯାଇଛି। ସେ ଯଦି ପୁଣିଥରେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଏଥର ତାକୁ ଆଜୀବନ କରାଦଣ୍ଡ ମିଳିବ। କୁହାଯାଉଛି ଯେ, ପୁଲିସ ଧରିବାକୁ ଗଲାବେଳେ କ୍ୟାମ୍ପବେଲ ଏକ ଗୋଲ୍‌ଡ ବାଇକ୍ ଚଲାଉଥିଲା। ତେବେ ବଳାତ୍କାର ଉଦ୍ୟମ ଅଭିଯୋଗକୁ ସେ ଅସ୍ବୀକାର କରିବା ସହ କହିଛି ଯେ ତା’ର କାର୍ଯ୍ୟ ସହମତିମୂଳକ ଥିଲା। ୨୦୨୦ରେ ସମ୍ପତ୍ତି ନଷ୍ଟ କରିବା, ଆକ୍ରମଣ କରିବା ଓ ସୁରକ୍ଷା ଆଦେଶର ଉଲ୍ଲଂଘନ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କ୍ୟାମ୍ପବେଲ ଛଅମାସର ଜେଲଦଣ୍ଡ ପାଇଥିଲା। ତା’ ପୂର୍ବରୁ ଜଣେ ଲୋକକୁ ମରଣାତ୍ମକ ଆକ୍ରମଣ କରିବା ଅଭିଯୋଗ ହୋଇଥିଲା। ସେ ୨୦ ବର୍ଷ ବୟସରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲା ଯେତେବେଳେ ତା’ ମୁହଁରେ ମାତ୍ର ଗୋଟିଏ ଟାଟୁ ଥିଲା। ପରେ ତା’ର ଟାଟୁ ସଂଖ୍ୟା ବୃଦ୍ଧି ପାଇଥିଲା। ଚେହେରା ଗୋରା ହୋଇଥିବା ବେଳେ ତା’ର ଟାଟୁରେ ଚିତ୍ରିତ କଳାବୋଳା ମୁହଁକୁ ଦେଖିଲେ ଯେକେହି ଭୟ କରିଥାନ୍ତି।

ସମ୍ବନ୍ଧିତ ଖବର