ସବୁଠୁ ଖରାପ ସମୟ ତଥାପି ଆସିନି, ଲକ୍ଷଣ ବିହୀନ ସଂକ୍ରମଣ ହିଁ ଚିନ୍ତାର କାରଣ

ନୂଆଦିଲ୍ଲୀ: ଭାରତରେ କରୋନାଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲେ ହେଁ ସବୁଠୁ ଖରାପ ସମୟ ତଥାପି ଆସିନି ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତିା ଲୋକେ ସଚେତନ ହୋଇ ମାସ୍କ ବ୍ୟବହାର କରିବାଠୁ ଆରମ୍ଭ କରି ସାମାଜିକ ଦୂରତ୍ବ ବଜାୟ ରଖିବା ସହ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ବି ଏହି ଘାତକ ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ର ବ୍ୟାପକ ସଂକ୍ରମଣ ପାଇଁ ଆହୁରି ଅନେକ କାରଣ ରହିଛିା ଫଳସ୍ବରୂପ ଆଗାମୀ ମାସମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯିବ ବୋଲି କୁହାଯାଉଛି। ବିଶେଷ କରି କୋଭିଡ୍–୧୯ ରୋଗର କୌଣସି ଲକ୍ଷଣ ପ୍ରଦର୍ଶନ କରୁନଥିବା ସଂକ୍ରମିତମାନଙ୍କ ଦ୍ବାରା ଏହା ପ୍ରବଳ ମାତ୍ରାରେ ବ୍ୟାପିବା ଆଶଙ୍କା ରହିଛି। ଏପରିକି ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହିଁ ଏପରି ଲକ୍ଷଣବିହୀନ ନିରବ ସଂକ୍ରମଣଶୀଳ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଏକ ରିପୋର୍ଟରୁ ଜଣାଯାଇଛିା

ଏହି ଲକ୍ଷଣବିହୀନ ସଂକ୍ରମଣଶୀଳମାନେ ପରିସ୍ଥିତିକୁ ନିଜ ଅଜାଣତରେ ଏପରି ସଂଗିନ କରିପକାଇବା କାରଣ ହେଲା, ପ୍ରାଥମିକ ସ୍ତରରେ ସେମାନଙ୍କୁ ବାରଣ କରିବାର ପ୍ରମାଣ କାହା ପାଖରେ ନାହିାଁ ସେମାନେ ସଂକ୍ରମିତ ବୋଲି ଜଣାପଡି଼ଲା ବେଳକୁ ନେଡ଼ି ଗୁଡ଼ କହୁଣିକୁ ବୋହି ସାରିଥିବା ଅପରପକ୍ଷେ, ଅନ୍ୟ ଏକ ଅଧ୍ୟୟନରୁ ଲକ୍ଷଣବିହୀନଙ୍କ ଅପେକ୍ଷା ଲକ୍ଷଣଧାରୀଙ୍କ ଦ୍ବାରା କରୋନା ସଂକ୍ରମଣ ତିନିଗୁଣା ଅଧିକ ବୋଲି ସ୍ପଷ୍ଟ ହୋଇଛିା ଯଦିଓ ସଂକ୍ରମଣର ବ୍ୟାପକତାକୁ ବିଚାର କଲେ ଲକ୍ଷଣବିହୀନ ସଂକ୍ରମଣ ହିଁ ଚିନ୍ତାର କାରଣ ପାଲଟିଛି, ତେବେ ଲକ୍ଷଣଧାରୀଙ୍କ ଦ୍ବାରା ସିଧାସଳଖ ସଂକ୍ରମଣ ହିଁ ପରିସ୍ଥିତିକୁ ଅଧିକ ଜଟିଳ ତଥା ଭୟାବହ କରିଦେଉଛିା କାରଣ ଚୀନ୍‌ର ଉହାନ ସହର ସ୍ଥିତ ଜୋଙ୍ଗାନ୍ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଲକ୍ଷଣବିହୀନମାନେ ୩ରୁ ୧୨ ଦିନ ଯାଏ ସଂକ୍ରମଣଶୀଳ ରହୁଥିବା ବେଳେ ଲକ୍ଷଣଧାରୀମାନେ ୧୬ରୁ ୨୪ ଦିନ ପର୍ଯ୍ୟନ୍ତ ସଂକ୍ରମଣ କରିବାରେ ସମର୍ଥ। ସୁତରାଂ ଲକ୍ଷଣବିହୀନ ବା ଲକ୍ଷଣଧାରୀଙ୍କ କେବଳ ସଂଖ୍ୟା ଜାଣିବାଟା ଯଥେଷ୍ଟ ନୁହେଁ। ଆମ ଦେଶ କରୋନାଭୂତାଣୁ ଦ୍ବାରା ଯେତିକି ଘାଣ୍ଟି ହୋଇଛି ଆଗକୁ ଆହୁରି ବିଷମ ସ୍ଥିତି ରହିଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର