ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟଙ୍କ ଓବିସି ସଂରକ୍ଷଣ ରାୟ ବିରୋଧରେ ଆଜି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଡିସେମ୍ବର ୨୭ ତାରିଖରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଉତ୍ତରପ୍ରଦେଶ ପୌର ନିର୍ବାଚନ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ଚିଠା ବିଜ୍ଞପ୍ତିକୁ ରଦ୍ଦ କରିଦେଇଥିଲେ ଏବଂ ବିନା ଓବିସି ସଂରକ୍ଷଣରେ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି।

Advertisment

ରାଜ୍ୟ ସରକାର କହିଛନ୍ତି, ପୌର ନିର୍ବାଚନରେ ଓବିସିଙ୍କ ପାଇଁ ଆସନ ସଂରକ୍ଷଣ ସଂକ୍ରାନ୍ତରେ ସରକାର ଡିସେମ୍ବର ୫ ତାରିଖରେ ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିପାରିବେ ନାହିଁ। ସରକାର କହିଛନ୍ତି, ଓବିସି ସାମ୍ବିଧାନିକ ସୁରକ୍ଷାପ୍ରାପ୍ତ ଶ୍ରେଣୀ। ତେବେ ସରକାରଙ୍କ ଚିଠା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିବା ଭୁଲ୍‌ ବୋଲି ସରକାର କହିଛନ୍ତି।