ରାୟପୁର: ଛତିଶଗଡ଼ରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଯୁବକ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ଜଣେ ୨୨ ବର୍ଷୀୟ ଯୁବକ ତାଙ୍କ ବାପା, ମା' ଏବଂ ଭାଇ ଭଉଣୀଙ୍କ ସମେତ ପରିବାରର ସମସ୍ତ ୫ ଜଣଙ୍କୁ ହତ୍ୟା କରିବାପରେ ନିଜେ ଚଳନ୍ତା ଟ୍ରକ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଦେଇଛନ୍ତି। ପୁଲିସ ସୂଚନାନୁଯାୟୀ ଗତ କିଛି ବର୍ଷ ଧରି ଉକ୍ତ ଯୁବକଙ୍କ ମାନସିକ ସ୍ଥିତି ଆଦୌ ଠିକ୍ ନଥିଲା। ତେବେ କେଉଁ ପରିସ୍ଥିତିରେ ସେ ଏଭଳି କାମ କଲେ ତାହା ଜଣାପଡ଼ିନି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି। ପରିବାରରେ କୌଣସି ଜଣେ ହେଲେ ବ୍ୟକ୍ତି ଜୀବିତ ନଥିବାରୁ ପୁଲିସ ପକ୍ଷେ ଘଟଣା ସମ୍ପର୍କରେ ଅବଗତ ହେବା କଷ୍ଟଦାୟକ ହୋଇଛି। ବିଳାସପୁର ଆଇଜି ଦୀପାଂଶୁ କାବ୍ରା କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ସିପତ ଥାନା ଅଧୀନରେ ଏହି ଘଟଣା ଘଟିଛି। ପୁଲିସ ୬ ଜଣଙ୍କ ମୃତଦେହ ଉଦ୍ଧାର କରିଛି।
ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲେ ଯୁବକ
/sambad/media/post_attachments/wp-content/uploads/2020/06/suicide-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)