ବାନ୍ଧବୀକୁ ହତ୍ୟା କରି ଶବ ସହ ୫ ଘଣ୍ଟା ଶୋଇଲେ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଲିଭ୍‌-ଇନ୍‌ ରିଲେସନରେ ରହୁଥିବା ଜଣେ ଯୁବକ ନିଜ ବାନ୍ଧବୀକୁ ହତ୍ୟା କରି ମୃତ ଦେହ ସହ ପାଞ୍ଚ ଘଣ୍ଟା ଶୋଇବା ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। କାଞ୍ଝାୱାଲାଠାରେ ୩୪ ବର୍ଷୀୟ ଯୁବକ ସତ୍‌ପାଲ, ତାଙ୍କ ୩୦ ବର୍ଷୀୟା ବାନ୍ଧବୀଙ୍କ ସହ ଲିଭ୍‌-ଇନ୍‌ ରିଲେସନରେ ଥିଲେ। ଉଭୟ ନିକଟସ୍ଥ ଏକ କାରଖାନ‌ାରେ କାମ କରୁଥିଲେ। ମାତ୍ର ଲକ୍‌ଡାଉନ ବେଳେ କାମ ବନ୍ଦ ହୋଇଯିବା ପରେ ସେମାନେ ଘରକୁ ନ ଫେରି ସାଙ୍ଗ ହୋଇ ଗୋଟିଏ କୋଠରୀରେ ରହୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ସତ୍‌ପାଲ ସମ୍ପୃକ୍ତ ଯୁବତୀକୁ ହତ୍ୟା କରିବାର ୫ ଘଣ୍ଟା ପର୍ଯନ୍ତ ବାନ୍ଧବୀର ମୃତଦେହ ସହ ଶୋଇଥିଲା। ଏହା ପରେ ସେ ପୁଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲା। କାଞ୍ଝାୱାଲା ପୁଲିସ ଶବ ଜବତ କଲା ବେଳେ ଦେହରେ କୌଣସି ବସ୍ତ୍ର ନଥିଲା। ସତ୍‌ପାଲ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା କରିଛି ବୋଲି ପୁଲିସ ନିକଟରେ ସ୍ବୀକାର କରିଛି। ସତ୍‌ପାଲକୁ ପୁଲିସ ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର