ନୂ୍ଆଦିଲ୍ଲୀ: ଭାରତୀୟ ରାଜନୀତିରେ ୫୦ ବର୍ଷୀୟଙ୍କୁ ଯୁବବର୍ଗ ବୋଲି ଧରାଯାଉଛି। କିନ୍ତୁ ପଶ୍ଚିମବଂଗର ନିଶୀଥ ପରମାଣିକ ବୟସ ୩୫। ମୋଦୀ କ୍ୟାବିନେଟ୍ରେ ସେ ସର୍ବକନିଷ୍ଠ ମନ୍ତ୍ରୀ। ୨୦୧୯ ଲୋକସଭା ନିର୍ବାଚନରେ ସେ ୫୪,୨୩୧ ଭୋଟ୍ରେ ଜିତିଥିଲେ। ତୃଣମୂଳ ସ୍ତରରେ ବିଜେପିର ମିସନ୍ ବେଙ୍ଗଲ୍ କାର୍ଯ୍ୟକ୍ରମର ମୂଳଦୂଆ ପକାଇଥିଲେ ପରମାଣିକ। ତାଙ୍କ ରଣନୀତିରେ ଉତ୍ତର ବଙ୍ଗରେ ବିଜେପି ଅଧିକ ଆସନରେ ଜିତିଛି। ନିଶୀଥଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କୁଚବିହାରରେ ବିଜେପି ୯ ଆସନରୁ ୭ଟିରେ ଜିତିଛି। ପରମାଣିକ ଏବେ କେନ୍ଦ୍ର ମନ୍ତ୍ରୀ ହେବା ପରେ ତାଙ୍କର ସଂସଦୀୟ କ୍ଷେତ୍ରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କ୍ୟାବିନେଟ୍ରେ ସେ ସର୍ବକନିଷ୍ଠ ମନ୍ତ୍ରୀ ହୋଇଥିବା ବେଳେ କୁଚବିହାରରୁ ମଧ୍ୟ ସେ ପ୍ରଥମ କେନ୍ଦ୍ରମନ୍ତ୍ରୀ।
ସର୍ବକନିଷ୍ଠ ମନ୍ତ୍ରୀ ନିଶୀଥ ପରମାଣିକ
/sambad/media/post_attachments/wp-content/uploads/2021/07/young-minister.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)