ନୂଆଦିଲ୍ଲୀ: ଋଷର ରାଜଧାନୀ ମସ୍କୋରେ ଥିବା ପ୍ରସିଦ୍ଧ ମଞ୍ଚ ବୋଲଶୋଇ ଥିଏଟରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ମଞ୍ଚରେ ଅଭିନୟ କରୁଥିବା ସମୟରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା କଳାକାରଙ୍କ ନାମ ୟେଭେନି କୁଲେଶ ଓ ବୟସ ୩୭ ବର୍ଷ ବୋଲି ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, କୁଲେଶ ବୋଲଶୋଇ ଥିଏଟରରେ ଅଭିନୟ କରୁଥିଲେ। ଅଭିନୟ ବେଳେ ସେଟର ସିନ ପରିବର୍ତ୍ତନ କରାଯାଉଥିବା ସମୟରେ ୟେଭେନି କୁଲେଶ ଏକ ବଡ ଖମ୍ବ ତଳେ ପୋତି ହୋଇଯାଇଥିଲେ। ଏହା ଦେଖି ସାଥୀ କଳାକାରମାନେ ପାଟି କରିବାକୁ ଲାଗିଥିଲେ। ୟେଭେନିଙ୍କୁ ଉଦ୍ଧାର କରି ଡାକ୍ତରଙ୍କୁ ଖବର ଦେଇଥିଲେ। ଖବର ପାଇ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଆହତ ୟେଭେନି କୁଲେଶଙ୍କୁ ଦେଖିବା ପରେ ମୃତ ବୋଲି ଘୋଷଣା କରିଥିଲେ। ବାସ୍ତବରେ ଘଟିଥିବା ଏହି ଘଟଣାର ଦୃଶ୍ୟ ଦେଖି ଦର୍ଶକ ଭାବୁଥିଲେ ବୋଧହୁଏ ଏହା କୁଲେଶ ଅଭିନୟ।
ଏହି ଘଟଣା ଋଷୀୟ ସଂଗୀତକାର ନିକୋଲାଇ ରିମସ୍କି-କୋରସାକୋଭଙ୍କ ଦ୍ୱାରା ୧୯ ନବିଂଶ ଶତାବ୍ଦୀର ଅପେରା ସାଡକୋର ଅଭିନୟରେ ଏକ ସେଟ୍ ପରିବର୍ତ୍ତନ ସମୟରେ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/୭୮୬୭୮.jpg)