ସେବେ ସୈନିକ ସ୍କୁଲ୍‌ରେ, ଏବେ କାର୍ଗିଲ୍‌ରେ: ୨୨ ବର୍ଷ ପରେ ପୁଣି ଭେଟାଭେଟି ହେଲେ ପ୍ରଧାନମନ୍ତ୍ରୀ ଓ ଯବାନ

ନୂଆଦିଲ୍ଲୀ: ଯବାନମାନଙ୍କ ଗହଣରେ ଦୀପାବଳି ପାଳିବାକୁ ଆଜି କାର୍ଗିଲ୍‌ରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ୨୨ ବର୍ଷ ପରେ ଭାରତୀୟ ସେନାର ଅନ୍ୟତମ ଯବାନ ମେଜର୍‌ ଅମିତଙ୍କୁ ଭେଟିଛନ୍ତି।

୨୦୦୧ରେ ଅମିତ ଗୁଜରାଟର ବାଲାଚଡ଼ୀରେ ଥିବା ସୈନିକ ସ୍କୁଲ୍‌ରେ ଛାତ୍ର ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ।

ଦୀର୍ଘ ୨୨ ବର୍ଷ ପରେ ଆଜି କାର୍ଗିଲ୍‌ରେ ଉଭୟଙ୍କର ଭେଟ ହୋଇଛି। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ମୋଦୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଥିବା ସମୟର ଗୋଟାଏ ଫଟୋକୁ ଅମିତ ବନ୍ଧାଇ କରିଥିଲେ। ଆଜି ଦୀପାବଳି ଅବସରରେ ଭାବବିହ୍ବଳ ସାକ୍ଷାତ୍‌ ପରେ ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ମେଜର୍‌ ଅମିତ ଉକ୍ତ ଫଟୋକୁ ଧରି ପୁଣି ଥରେ ଫଟୋ ଉଠାଇଛନ୍ତି।

Image Courtesy of NDTV

ଆଜି ଦୀପାବଳି ଅବସରରେ କାର୍ଗିଲ୍‌ରେ ସଶସ୍ତ୍ର ବାହିନୀକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ୧୯୯୯ କାର୍ଗିଲ୍‌ ଯୁଦ୍ଧର ଅବସାନ ପରେ ସୀମାନ୍ତ ଅଞ୍ଚଳକୁ ଆସିଥିବା କଥା ସ୍ମରଣ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସହିତ ଏମିତି କୌଣସି ଯୁଦ୍ଧ ହୋଇ ନାହିଁ, ଯେ‌ଉଁ ସମୟରେ କାର୍ଗିଲ୍‌ ବିଜୟ ବାନା ଉଡ଼ାଇ ନାହିଁ। ଦୀପାବଳି ଆତଙ୍କବାଦ ଅବସାନ ଉତ୍ସବ ପାଳନର ସଙ୍କେତ ବହନ କରୁଛି।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ସୀମା ସୁରକ୍ଷିତ ଥିଲେ ଦେଶ ନିରାପଦ, ଅର୍ଥନୀତି ମଜଭୁତ ଓ ସମାଜ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ହୋଇଥାଏ। ଭାରତର ସଶସ୍ତ୍ର ବାହିନୀର ଉଚ୍ଛ୍ବାସ ପ୍ରତି ମୁଁ ମଥାନତ କରୁଛି। ଆପଣମାନଙ୍କର ଆତ୍ମବଳି ଆମ ଦେଶକୁ ଗୌରବାନ୍ବିତ କରିଛି।

ସମ୍ବନ୍ଧିତ ଖବର