ନୂଆଦିଲ୍ଲୀ : ଏନ୍ସିଆର୍ବି ତଥ୍ୟ ଅନୁସାରେ ଓଡ଼ିଶାର ବିଭିନ୍ନ ଜେଲରେ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ୧୫,୬୧୬ ଜଣ ବିଚାରଧୀନ କଏଦୀ ରହିଛନ୍ତି। ବିଚାରାଧୀନ କଏଦୀମାନଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ରାଜ୍ୟମାନଙ୍କୁ ପତ୍ର ଲେଖିବେ ବୋଲି ସୂଚନା ମିଳିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ଜେଲମାନଙ୍କରେ ବର୍ତ୍ତମାନ ବିଚାରାଧୀନ କଏଦୀମାନଙ୍କ ସଂଖ୍ୟା ୩,୭୧,୮୪୮।
ଗତ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଯୁଗ୍ମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଲମାନଙ୍କରେ ବିଚାରାଧୀନ କଏଦୀମାନଙ୍କ ସମସ୍ୟା ସମାଧାନ ଉପରେ ଜୋର୍ ଦେଇଥିଲେ। ସେମାନଙ୍କ ଜାମିନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶ ପରେ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟମାନଙ୍କୁ ପତ୍ର ଲେଖିବେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)