ମୁମ୍ବାଇ: କରୋନା ଯୋଗୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ସୃଷ୍ଟି ହୋଇଥିବା ଚାପ ସଂପର୍କରେ ଆଲୋଚନା ହେଉଛି। ତେବେ ଏହାର ଚାକ୍ଷୁଷ ପ୍ରମାଣ ପୁନେସ୍ଥିତ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ପରିଚାଳିତ ବିଜେ ମେଡିକାଲ କଲେଜ ଆଣ୍ଡ୍ ସାସୁନ୍ ଜେନେରାଲ ହସ୍ପିଟାଲର ଗୋଟିଏ ବେଡ୍ରେ ଦୁଇଜଣ ଗୁରୁତର ରୋଗୀ ଥିବା ଦେଖାଯାଇଛି। ଦୁଇଜଣ ଯାକ ଅକ୍ସିଜେନ୍ ମାସ୍କ ପିନ୍ଧିଛନ୍ତି। କେବଳ ସେତିକି ନୁହେଁ ହସ୍ପିଟାଲରେ ଅନେକ ରୋଗୀ ଚଟାଣରେ, ଷ୍ଟ୍ରେଚରରେ ଚିକିତ୍ସିତ ହେଉଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି।
ଗୋଟିଏ ବେଡ୍ରେ ୨ ଗୁରୁତର ରୋଗୀ
/sambad/media/post_attachments/wp-content/uploads/2021/04/f54hf5sh5s6f4h56fs4h5fs456h4sf56sfhfshfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)