ଦିଲ୍ଲୀରେ ରେଳ ଧାରଣାରେ ଠିଆ ହୋଇଛି ୨୦୦ ଟ୍ରେନ୍‌, କରୋନା ରୋଗୀଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ‌ରୋଗୀଙ୍କ ପାଇଁ ରେଳ ବଗିରେ ଆଇସୋଲେସନ୍‌ ୱାର୍ଡ୍‌ ବ୍ୟବସ୍ଥା କରାଯାଇଛି। ଆନନ୍ଦ ବିହାର ଟର୍ମିନାଲ୍‌ ରେଳ ଷ୍ଟେସନ୍‌ ଟ୍ରାକ୍‌ରେ ଠିଆ ହୋଇ ରହିଛି ୨୦୦ ଟ୍ରେନ୍‌ । ଏହି ଟ୍ରେନ୍‌ରେ ଥିବା ବଗିକୁ କରୋନା ରୋଗୀଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ ଭାବେ ପ୍ରସ୍ତୁତ କରାଯାଇଛି। ମିଳିଥିବା ସୂଚନାନୁଯାୟୀ କୋଭିଡ୍‌ ରୋଗୀଙ୍କ ପାଇଁ ଉପରୋକ୍ତ ରେଳ ଷ୍ଟେସନ୍‌ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ୨୦୦ଟି ଟ୍ରେନ୍‌ ବଗିରେ ୫୦୦ ଆଇସୋଲେସନ୍ ୱାର୍ଡ କରାଯାଇଛି ଏବଂ ଏଥିରେ ୮ ହଜାର ରୋଗୀଙ୍କ ପାଇଁ ବେଡ୍‌ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ଶକୁରବସ୍ତିରେ ୫୯ଟି ଟ୍ରେନ୍‌ ବଗି କାର୍ଯ୍ୟକ୍ଷମ ହୋଇସାରିଛି। ଉତ୍ତର ରେଳବାଇର ମୁଖ୍ୟ ପିଆର୍‌ଓ ଦୀପକ କୁମାର କହିଛନ୍ତି, ଆନନ୍ଦ ବିହାର ଷ୍ଟେସନ୍‌ ପ୍ଲାଟଫର୍ମରେ ଏହି ବଗି ଗୁଡ଼ିକୁ ରଖାଯିବା ପରେ ଏଠାକୁ ଆସିବାକୁ ଥିବା ଟ୍ରେନ୍‌ ଗୁଡ଼ିକର ଦିଗ ପରିବର୍ତ୍ତନ କରାଯିବ। ଅନ୍ୟପକ୍ଷେ ଉତ୍ତର ପଶ୍ଚିମ ରେଳବାଇ ଦ୍ବାରା ଆଇସୋଲେସନ୍‌ ୱାର୍ଡ ପାଇଁ ୨୬୬ଟି ଟ୍ରେନ୍‌ ବଗି ପ୍ରସ୍ତୁତ କରାଯାଇଛି। ଏଥି ମଧ୍ୟରୁ ୧୫୦ଟିକୁ ରାଜସ୍ଥାନରୁ ଦିଲ୍ଲୀକୁ ପଠାଯାଇଛି। ବଳକା ବଗି ଗୁଡ଼ିକୁ ଭବିଷ୍ୟତରେ ଆବଶ୍ୟକ ସମୟରେ ଦିଲ୍ଲୀ ପଠାଯିବ। ଉଲ୍ଲେଖଯୋଗ୍ୟ ଗତ କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରି ଦିଲ୍ଲୀ ପାଇଁ ୫୦୦ ଟ୍ରେନ୍‌ ଆଇସୋଲେସନ୍‌ ବଗି ପାଇଁ ଘୋଷଣା କରିଥିଲେ। ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଶାହ ଏହି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର