ନୂଆଦିଲ୍ଲୀ : ଓଡିଶାରେ ଜାତୀୟ ଗୁରତ୍ବ ବହନ କରୁଥିବା ୮୦ ଟି ପ୍ରାଚୀନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବ ସ୍ଥାନ ଓ ଅବଶିଷ୍ଟାଂଶ ରହିଛି ଯାହାର ବିବରଣୀ ଏଏସ୍ଆଇ ୱେବ୍ସାଇଟରେ ଉପଲବ୍ଧ ରହିଛି। ଉପରୋକ୍ତ କୀର୍ତ୍ତିରାଜିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଏଏସ୍ଆଇ ଦ୍ବାରା ୨୦୧୮-୧୯ରେ ୫.୯୦ କୋଟି,୨୦୧୯-୨୦ରେ ୫.୩୦ କୋଟି, ୨୦୨୦-୨୧ରେ ୩.୩୬ କୋଟି, ୨୦୨୧-୨୨ରେ ୮.୨୩ କୋଟି ଓ ୨୦୨୨-୨୩ରେ ୧୩.୧୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଆଜି ଲୋକସଭାରେ ବିଜେଡି ସାଂସଦ ମହେଶ ସାହୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଶନ ରେଡ୍ଡି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp