ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ‘ମଙ୍କିପକ୍ସ’ ନାମକ ଅନ୍ୟ ଏକ ରୋଗ ବ୍ୟାପିବା ସାରା ବିଶ୍ବରେ ଚିନ୍ତା ବଢ଼ାଇଛି। ୧୧ ରାଷ୍ଟ୍ରରେ ମୋଟ୍ ୮୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ନେଇ ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷେ ଅନ୍ୟ ୫୦ଟି ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ ଆମେରିକା, ବ୍ରିଟେନ୍, ସ୍ପେନ୍, ପର୍ତୁଗାଲ, କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବେଲଜିୟମ, ସ୍ବିଡେନ୍, ସ୍ପେନ୍ ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ମଙ୍କିପକ୍ସ ମାମଲା ବଢ଼ୁଥିବାରୁ ଭାରତ ସରକାର ଏନ୍ସିଡିସି ଏବଂ ଆଇସିଏମ୍ଆରକୁ ସତର୍କ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍କିପକ୍ସ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପୁଛି। ହାଡ଼ଫୁଟି ଲକ୍ଷଣ ପରି ଏହାର ଲକ୍ଷଣ ପ୍ରାୟ ସମାନ। ମଙ୍କିପକ୍ସର ଲକ୍ଷଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହୁଛି। ମଙ୍କିପକ୍ସ ପାଇଁ କୌଣସି ଟିକା ନାହିଁ କିନ୍ତୁ ସ୍ମଲପକ୍ସ ପାଇଁ ବ୍ୟବହୃତ ଟିକା ମଙ୍କିପକ୍ସ ପାଇଁ ୮୫ ପ୍ରତିଶତ କାମ ଦେଉଛି। ୧୯୭୦ ମସିହାରୁ ୧୧ ଆଫ୍ରିକୀୟ ରାଷ୍ଟ୍ରରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି।
୧୧ ରାଷ୍ଟ୍ରରେ ୮୦ ମଙ୍କିପକ୍ସ ମାମଲା: ଭାରତ ସରକାର ସତର୍କ
/sambad/media/post_attachments/wp-content/uploads/2022/05/monkey-fox.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)