ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ମାମଲା ଲଗାତାର କମୁଛି। ଦେଶରେ ନୂଆ ସଂକ୍ରମଣ ମାମଲା ଗତକାଲି ୪୦ ହଜାରରୁ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୩୧୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍ ସଂକ୍ରମଣ ସଂଖ୍ୟା ଏବେ ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୩ ହଜାର ୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୯୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୭୬ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ୯୧.୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁହାର ୧.୪୯ ପ୍ରତିଶତ ରହିଛି। ଲଗାତାର ୫ ଦିନ ଧରି ଦେଶରେ ସକ୍ରିୟ ମାମଲା ୬ ଲକ୍ଷରୁ କମ୍ ରହିଛି। ଦେଶରେ ଏବେ ୫ ଲକ୍ଷ ୪୧ ହଜାର ୪୦୫ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୬.୫୫ ପ୍ରତିଶତ। ଦେଶରେ ମୋଟ୍ ୧୧ କୋଟି ୧୭ ଲକ୍ଷ ୮୯ ହଜାର ୩୫୦ ନମୁନା ପରୀକ୍ଷା ହୋଇଛି। ଗତକାଲି କେବଳ ୧୦ ଲକ୍ଷ ୪୬ ହଜାର ୨୪୭ ନମୁନା ପରୀକ୍ଷା ହୋଇଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୧୦୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ୫୮, ପଶ୍ଚିମବଙ୍ଗରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି।
ଦେଶରେ ସକ୍ରିୟ ମାମଲା ୫ ଲକ୍ଷ ୫୦ ହଜାରରୁ କମ୍, ଆରୋଗ୍ୟ ସଂଖ୍ୟା ୭୬ ଲକ୍ଷ ଟପିଲା
/sambad/media/post_attachments/wp-content/uploads/2020/10/coronavirus-outbreak.jpeg)
/sambad/media/agency_attachments/2024-07-24t043029592z-sambad-original.webp)