ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ପ୍ରଜାତି ଦ୍ବାରା ଦ୍ରୁତ ସଂକ୍ରମଣ ଜାରି ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଶହ ଟପିଯାଇଛି । କେରଳରେ ୪୪ ଓ କର୍ଣ୍ଣାଟକରେ ୨୩ଟି ନୂଆ ମାମଲା ଠାବ ହୋଇଛି। ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ କଟକଣା କଡ଼ାକଡ଼ି କରିଥିବା ବେଳେ ଦିଲ୍ଲୀ ଓ ମୁ୍ମ୍ବାଇରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ।
ନୂଆ ପ୍ରଜାତିର ମୁକାବିଲା ପାଇଁ ଆଜି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଂଗ ସରକାର ଜରୁରୀ ବୈଠକ କରି ସ୍ଥିତି ସମୀକ୍ଷା କରବା ସହ ଆଲର୍ଟ ଜାରି କରିଛନ୍ତି। ବିହାରରେ ଓମିକ୍ରନ୍ର ପ୍ରଥମ ମାମଲା ଠାବ ହେବାପରେ ଅଧିକ ସତକର୍ତା ପଦକ୍ଷେପ ଗ୍ରହଣ କରାଯିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ରାଜସ୍ଥାନରେ ଦେଶର ଦ୍ବିତୀୟ ଓମିକ୍ରନ୍ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଅଂଚଳରେ ଧାରା ୧୪୪ ଜାରି କରିବା ସହ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଏଲ୍ଏନ୍ଜେପି ହସ୍ପିଟାଲରେ ୧୧୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୯ ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।