୫୪ ଜିଲ୍ଲାରେ ୧୪ ଦିନ ମଧ୍ୟରେ ନୂଆ ମାମଲା ନାହିଁ, କରୋନାକୁ ହରାଇବାରେ ଗୋଆ ପ୍ରଥମ ରାଜ୍ୟ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମିଳିତ ରଣନୀତିର ସୁଫଳ ଏବେ ଦେଖିବାକୁ ମିଳିଛି। ବିଗତ ୧୪ ଦିନ ମଧ୍ୟରେ ୨୩ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ୫୪ଟି ଜିଲ୍ଲାରୁ କୌଣସି ନୂଆ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିନଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବ୍ୟାପକ ସତର୍କତା ପଦକ୍ଷେପ ଏବଂ ଲକ୍‌ଡାଉନ୍‌ ଯୋଗୁଁ ଭାଇରସ୍‌ ନିୟନ୍ତ୍ରଣରେ ଏଭଳି ସଫଳତା ମିଳିଛି। ଅନ୍ୟପକ୍ଷରେ ଗୋଆ ଆଜି ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି। ରାଜ୍ୟରେ ସମସ୍ତ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଶେଷ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସହିତ କରୋନାକୁ ହରାଇବାରେ ଗୋଆ ଦେଶର ପ୍ରଥମ ରାଜ୍ୟ ପାଲଟିଛି।

ସମ୍ବନ୍ଧିତ ଖବର