ନୂଆଦିଲ୍ଲୀ: ବିହାର ନିର୍ବାଚନ ଫଳାଫଳ ଯାହା ବି ହେଉ, କିନ୍ତୁ ଅସଉଦ୍ଦିନ ଅୱେସିଙ୍କ ଏଆଇଏମ୍ଆଇଏମ୍ ଆର୍ଜେଡି ନେତୃତ୍ବାଧୀନ ମହାମେଣ୍ଟକୁ ବଡ଼ କ୍ଷତି ପହଞ୍ଚାଇଛି ଏହାକୁ ସ୍ବୀକାର କରିବାକୁ ହେବ। ବିହାର ନିର୍ବାଚନରେ ଏଆଇଏମ୍ଆଇଏମ୍ର ଉପସ୍ଥିତି ଫଳରେ ମୁସ୍ଲିମ ଭୋଟର ବଡ଼ ବିଭାଜନ ହୋଇପାରିଛି। ମୁସ୍ଲିମ ଭୋଟ୍ ବିଭାଜନ ଯୋଗୁଁ ଆର୍ଜେଡ଼ି ନେତୃତ୍ବାଧୀନ ମହାମେଣ୍ଟ ବିପୁଳ କ୍ଷତି ସହିଛି। ସୂଚନାଯୋଗ୍ୟ, ବିହାରର ସୀମାଞ୍ଚଳରେ ଏଆଇଏମ୍ଆଇଏମ୍ ୨୪ ସିଟ୍ରେ ପ୍ରାର୍ଥୀ ଦେଇଥିଲା। ସୀମାଞ୍ଚଳର ଏହି ୨୪ ଆସନରୁ ଏଆଇଏମ୍ଆଇଏମ୍ ମୁସ୍ଲିମ୍ ଭୋଟ୍ ହାତେଇବା ଫଳରେ ଏହା ପରୋକ୍ଷରେ ଏନ୍ଡିଏକୁ ସହାୟକ ହୋଇଛି ଏବଂ ଏନ୍ଡିଏ ୧୧ ଆସନରେ ଅଗ୍ରଣୀ ରହିଛି। ଏଆଇଏମ୍ଆଇଏମ୍ ମୁସ୍ଲିମ ଭୋଟ ବିଭାଜନ କରିବା ଯୋଗୁଁ ସୀମାଞ୍ଚଳରେ ଆର୍ଜେଡି ନେତୃତ୍ବାଧୀନ ମହାମେଣ୍ଟକୁ ବଡ଼ ଧକ୍କା ଲାଗିଛି। ଏଠାରେ ମହାମେଣ୍ଟ ବହୁତ ପଛରେ ପଡ଼ିଯାଇଛି। ଏଆଇଏମ୍ଆଇଏମ୍ ଯୋଗୁଁ ମୁସ୍ଲିମ ଭୋଟ୍ରେ ବଡ଼ ବିଭାଜନ ଆଗକୁ ମହାମେଣ୍ଟ ପାଇଁ ଆହୁରି ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି କୁହାଯାଉଛି।
ଅୱେସି ବିଗାଡ଼ିଲେ ମହାମେଣ୍ଟ ଖେଳ, ଏଣିକି ମୁସ୍ଲିମ୍ ଭୋଟ୍ରେ ବଡ଼ ବିଭାଜନ !
ସୀମାଞ୍ଚଳରେ ଏନ୍ଡିଏକୁ ଫାଇଦା
/sambad/media/post_attachments/wp-content/uploads/2020/11/gdhjkd98g7jd98gj798dgjdgjjgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)