ପାଟନା: ଆଶ୍ଚର୍ଯ୍ୟଜନକ ଭାବେ ମହିଳା ୫୦ କିଲୋଗ୍ରାମ କୁସ୍ତି ଇଭେଣ୍ଟ ଫାଇନାଲ ପୂର୍ବରୁ ଅଧିକ ୧୦୦ ଗ୍ରାମ୍ ଓଜନ ଯୋଗୁ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ବୁଧବାର ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଇା କରାଯାଇଛି। ଏହି ଘୋଷଣା ପରେ ଦେଶରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

Advertisment

ଏହି ଘଟଣାରେ ସାଂସଦ ପପୁ ଯାଦବ ସୋସିଆଲ ମିଡ଼ିଆ ଏକ୍ସରେ ଏକ ବଡ ପ୍ରଶ୍ନ ଉଠାଇଛନ୍ତି। ଶାସକ ଦଳ ବିରୁଦ୍ଧରେ ଏନେଇ ଷଡଯନ୍ତ୍ର ହୋଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି। ଏହା ସହିତ ସେ ଆଇଓସି ସଦସ୍ୟ ନୀତା ଅମ୍ବାନୀଙ୍କ ନାମ ମଧ୍ୟ ନେଇଛନ୍ତି।

ପପୁ ଯାଦବ ଏକ୍ସରେ ଲେଖିଛନ୍ତି ଭିନେଶ ଫୋଗାଟ ପୁଣି ଅନ୍ୟାୟର ଶିକାର ହୋଇଛନ୍ତି। ଏଭଳିସ୍ଥଳେ ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍, ଭାରତ ସରକାର ଆଇଓସି ସଦସ୍ୟ ନୀତା ଅମ୍ବାନୀ କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଦେଶ ଭିତରୁ ଏକ ଷଡଯନ୍ତ୍ର ରଚାଯାଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି।

ଭିନେଶଙ୍କ ସଫଳତାକୁ ନେଇ ଲଜ୍ଜିତ ଶାସକ ଦଳ ଷଡଯନ୍ତ୍ର କରିଥିବା ସେ ସନ୍ଦେହ କରିଛନ୍ତି। ଯଦି ଏପରି ହୋଇଥାଏ, ତେବେ ସେଭଳି ବ୍ୟକ୍ତି ବି‌ଶେଷଙ୍କୁ ଲଜ୍ଜା ଜନକ ସ୍ଥିତିର ସାମ୍ନା କରିବାକୁ ପଡିବ। ଏହା ସହିତ ! ଭିନେଶଙ୍କୁ ସାଲ୍ୟୁଟ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ହୋଇ ଭିନେଶ ଇତିହାସ ସୃଷ୍ଟି କରିଥିଲେ। ତାଙ୍କୁ ବୁଧବାର ବିଳମ୍ବିତ ରାତିରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାର ଥିଲା। ମିଳିଥିବା ସୂଚନା ଅନୁଯାୟୀ, ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

ଅଯୋଗ୍ୟତା ଅର୍ଥ ହେଉଛି ଭିନେଶଙ୍କୁ ଖେଳରୁ ଖାଲି ହାତରେ ଫେରିବାକୁ ପଡିବ କାରଣ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ତାଲିକାରେ ଅନ୍ତିମ ସ୍ଥାନରେ ରହିବେ। ଏଥି ସହିତ, ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ପରେ ଭିନେଶଙ୍କ ଅଯୋଗ୍ୟତାକୁ ନିଶ୍ଚିତ କରି ତାଙ୍କ ଗୋପନୀୟତାକୁ ସମ୍ମାନ ଜଣାଇ କହିଛି ଯେ,, ଆମେ ଦୁଃଖିତ ଭାବେ ଜଣାଉଛୁ ଯେ ମହିଳା କୁସ୍ତିର ୫୦ କିଲୋଗ୍ରାମ ବର୍ଗରେ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।