ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଉତ୍କଟ ଖାଦ୍ୟ ସଙ୍କଟ ଦେଖାଦେଇଛି। ଲକ୍ଷାଧିକ ଲୋକ ଅନାହାର ଜନିତ ଅତ୍ୟନ୍ତ ଜରୁରୀ ସ୍ଥିତି ଦେଇ ଗତି କରୁଛନ୍ତି। ନିକଟରେ ପ୍ରକାଶ ପାଇଥିବା ଜାତିସଂଘର ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ, ଆଫଗାନିସ୍ତାନରେ ପାଖପାଖି ୧୯ ନିୟୁତ ଲୋକ ଉତ୍କଟ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ଶସ୍ୟ ଅମଳର ୨ ମାସ ପରେ ଏହି ସମସ୍ୟା ଦେଖାଦେଇଛି। ରିପୋର୍ଟରେ ମଧ୍ୟ ଏହା କୁହାଯାଇଛି ଯେ, ନଭେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଆଫଗାନିସ୍ତାନରେ ଖାଦ୍ୟକୁ ନେଇ ଅତି ଉତ୍କଟ ସ୍ଥିତି ଉପୁଯିବ। ଇତି ମଧ୍ୟରେ ତାଲିବାନ ଅନ୍ତରୀଣ ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ତାଲିବାନ ସରକାର ଶ୍ରମ ବଦଳରେ ଗହମ ନେବାପାଇଁ କହିଛନ୍ତି। ଆଫଗାନ ସହରମାନଙ୍କରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। କେବଳ କାବୁଲରେ ୪୦ ହଜାର ଲୋକଙ୍କୁ ଶ୍ରମ ବଦଳରେ ଗହମ ଦିଆଯିବ ବୋଲି ଜଣାଯାଇଛି।
ଆଫଗାନିସ୍ତାନରେ ଉତ୍କଟ ଖାଦ୍ୟ ସଙ୍କଟ
/sambad/media/post_attachments/wp-content/uploads/2021/10/afghanistan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)