ୱାସିଂଟନ୍: କ୍ୟାପିଟଲ ଦଙ୍ଗା ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ଏକ ଅପ୍ରତ୍ୟାଶିତ ଅପରାଧିକ ଅଭିଯୋଗ ଆଣିବା ପାଇଁ ଯଥେଷ୍ଟ ପ୍ରମାଣ ରହିଛି। ୨୦୨୦ ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିବା ପାଇଁ ଟ୍ରମ୍ପ୍ ଚେଷ୍ଟା କରିଥିଲେ। କ୍ୟାପିଟଲ୍ ଦଙ୍ଗା ପାଇଁ ସେ ଉସ୍କାଇଥିଲେ। ଟ୍ରମ୍ପ୍ଙ୍କୁ ଏହି ମାମଲାରେ ଦୋଷୀସାବ୍ୟସ୍ତ କରିବାପାଇଁ ମାମଲାର ତଦନ୍ତ କରୁଥିବା ଆମେରିକାର ହାଉସ୍ କମିଟି ପାଖରେ ଯଥେଷ୍ଟ ପ୍ରମାଣ ଥିବା କମିଟି ସଦସ୍ୟ ଦାବି କରିଛନ୍ତି। ଟ୍ରମ୍ପ୍ଙ୍କ କ୍ୟାମ୍ପେନ୍ ମ୍ୟାନେଜର ପିଲ ଷ୍ଟିପେନ୍ଙ୍କର ଆଜି ଏହି ମାମଲାରେ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ କ୍ୟାପିଟଲ ଦଙ୍ଗା ଘଟଣାର ତଦନ୍ତ କରୁଥିବା କମିଟି ଗତ ସପ୍ତାହରୁ ଶୁଣାଣି ଆରମ୍ଭ କରିଛି। କମିଟି କହିଛି ପରାଜିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମିଥ୍ୟା ଦାବି ଦ୍ବାରା ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ। ଉକ୍ତ ମାମଲାରେ ଅତିରିକ୍ତ ପ୍ରମାଣ ଚଳିତ ସପ୍ତାହରେ ଜାରି ହେବ ବୋଲି କମିଟି ସଦସ୍ୟମାନେ କହିଛନ୍ତି। ଟ୍ରମ୍ପ୍ ଏବଂ ତାଙ୍କ ପରାମର୍ଶଦାତାମାନେ ଭୁଲ୍ ଖବର ପ୍ରସାରଣ କରିବା କାର୍ଯ୍ୟରେ ନିୟାଜିତ ହୋଇଥିଲେ।
ଟ୍ରମ୍ପ୍ଙ୍କୁ ଦୋଷୀସାବ୍ୟସ୍ତ ପାଇଁ ଯଥେଷ୍ଟ ପ୍ରମାଣ ରହିଛି: ୟୁଏସ୍ ହାଉସ୍ କମିଟି
/sambad/media/post_attachments/wp-content/uploads/2022/02/trump-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)