କାଢ଼ା ଯକୃତକୁ କ୍ଷତି ପହଞ୍ଚାଉଥିବା ନେଇ କୌଣସି ପ୍ରମାଣ ନାହିଁ : ଆୟୁଷ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢ଼ିବା ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାପାଇଁ କାଢ଼ା ପିଇବାକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଅନେକ ଦିନ ଧରି କାଢ଼ା ପିଇଲେ ଏହା ଯକୃତରେ କ୍ଷତି ପହଞ୍ଚାଉଛି ବୋଲି ଦାବି ହୋଇଛି। ତେବେ ଏଭଳି ଏକ ଦାବିକୁ ଆୟୁଷ ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କାଢ଼ାରେ ବ୍ୟବହୃତ ଉପକରଣଗୁଡ଼ିକ ରୋଷେଇରେ ବି ବ୍ୟବହାର ହେଉଛି। ତେଣୁ ଅଧିକ ଦିନ ପର୍ଯ୍ୟନ୍ତ କାଢ଼ା ପିଇଲେ ଯକୃତରେ କ୍ଷତି ପହଞ୍ଚିବା କହିବା ଏକ ଭୁଲ୍‌ ଧାରଣା। ଆୟୁଷ ମନ୍ତ୍ରାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି, କାଢ଼ା ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଡାଲଚିନି, ତୁଳସୀ ଏବଂ ଗୋଲମରିଚ ଶ୍ବାସକ୍ରିୟା ଉପରେ ଏକ ସକରାତ୍ମକ ପ୍ରଭାବ ପକାଉଛି। କାଢ଼ା ଯେ ଯକୃତରେ କ୍ଷତି ପହଞ୍ଚାଉଛି ସେନେଇ କୌଣସି ପ୍ରମାଣ ନାହିଁ। କାଢ଼ାରେ ବ୍ୟବହୃତ ସାମଗ୍ରୀ ଗୁଡ଼ିକ କରୋନା ମହାମାରୀ ବିରୋଧରେ ଲଢ଼ିବାପାଇଁ କିଭଳି ଫଳପ୍ରଦ ସେନେଇ ଅଧ୍ୟୟନ ଜାରି ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ କରୋନା ବିରୋଧରେ ଲଢ଼ିବାପାଇଁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଗତ ମାର୍ଚ୍ଚରେ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା। ଏହି ନିର୍ଦ୍ଦେଶାବଳୀ ଅଧୀନରେ ମନ୍ତ୍ରାଳୟ କାଢ଼ା ପିଇବାକୁ କହିଥିଲେ।

ସମ୍ବନ୍ଧିତ ଖବର