ବନାସକାଣ୍ଠା: ଗୁଜୁରାଟର ବନାସକାଣ୍ଠାରେ ଅବସ୍ଥିତ ଅମ୍ବାଜୀ ମାତାଙ୍କର ମନ୍ଦିରରେ କୌଣସି ପ୍ରତିମା ନାହାନ୍ତି। ପବିତ୍ର ଶ୍ରୀ ଚକ୍ରଙ୍କୁ ଏଠାରେ ମୁଖ୍ୟତଃ ପୂଜା କରାଯାଇଥାଏ।

Advertisment

ମାଉଣ୍ଟ ଆବୁରୁ ପଇଁଚାଳିଶ କିଲୋମିଟର ଦୂରରେ ଅମ୍ବା ମାତାଙ୍କର ପ୍ରାଚୀନ ଶକ୍ତିପୀଠ ମନ୍ଦିର ଅବସ୍ଥିତ। ଗୁଜୁରାଟ ଏବଂ ରାଜସ୍ଥାନ ସୀମାରେ ଅବସ୍ଥିତ, ଏହି ମନ୍ଦିର, ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ। ମନ୍ଦିରରେ କୌଣସି ମୂର୍ତ୍ତି ନାହାନ୍ତି। ନବରାତ୍ରି ସମୟରେ, ଏଠାରେ  ଭିଡ଼ ହୋଇଥାଏ। 

୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ଅମ୍ବାଜୀ ମନ୍ଦିର, ଗୁଜୁରାଟର ବନାସକାଣ୍ଠାରେ ଅବସ୍ଥିତ। ଏହା ବିଶ୍ୱ ଦେବୀ ଅମ୍ବା ମାଆଙ୍କୁ ସମର୍ପିତ। ଏହି ମନ୍ଦିରର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏଥିରେ ଦେବୀଙ୍କର କୌଣସି ପ୍ରତିଛବି କିମ୍ବା ପ୍ରତିମା ନାହିଁ।

ପବିତ୍ର "ଶ୍ରୀ ବିଜୟ ଯନ୍ତ୍ର"କୁ ଏଠାରେ ମୂର୍ତ୍ତି ବଦଳରେ ପୂଜା କରାଯାଇଥାଏ। ଏହି ଯନ୍ତ୍ରକୁ ଖାଲି ଆଖିରେ ଦେଖାଯାଇପାରିବ ନାହିଁ। ଏହି କାରଣରୁ ଏଠାରେ ଆଖିରେ ପଟି ବାନ୍ଧି ପୂଜା କରିବାର ପରମ୍ପରା ଅଛି। ଏଠାରେ ଫଟୋଗ୍ରାଫି ମଧ୍ୟ ସମ୍ପୂର୍ଣ୍ଣ ନିଷେଧ।

ରିପୋର୍ଟ ଅନୁଯାୟୀ, ଗୁଜୁରାଟର ବନାସକାଣ୍ଠାରେ ଅବସ୍ଥିତ ଏହି ମନ୍ଦିର ନଅ ଦେବୀଙ୍କ ମଧ୍ୟରୁ ଅମ୍ବା ଦେବୀଙ୍କୁ ସମର୍ପିତ। ଏହି ମନ୍ଦିର ପଛରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି। ଏହି କିମ୍ବଦନ୍ତୀ ଅନୁସାରେ, ଦକ୍ଷଙ୍କ ଦ୍ୱାରା ଭଗବାନ ଶିବ ଅପମାନିତ ହେବାରୁ ଦେବୀ ସତୀ ଯଜ୍ଞ ଅଗ୍ନିରେ ଡେଇଁ ନିଜ ଜୀବନ ଦେଇଥିଲେ।

ଭଗବାନ ଶିବ ଯଜ୍ଞ ଅଗ୍ନିରୁ ସତୀଙ୍କ ବାର୍ଥିବ ଶରୀରକୁ ବାହାର କରି ନିଜ କାନ୍ଧରେ ଉଠାଇ କ୍ରୋଧରେ ତାଣ୍ଡବ କରିବାରକୁ ଲାଗିଲେ। ସଂହାରକର୍ତ୍ତାଙ୍କ ଏଭଳି ରୂପ ଦ୍ବାରା ପୃଥିବୀ ଧ୍ବଂସ ବେହାର ଆଶଙ୍କା ଥିଲା।

ମହାଦେବଙ୍କୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ର ସାହାଯ୍ୟରେ ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ୫୧ ଖଣ୍ଡରେ କାଟି ଦେଇଥିଲେ। ସତୀଙ୍କ ଶରୀରର ଖଣ୍ଡ ପଡ଼ିଥିବା ସ୍ଥାନଗୁଡ଼ିକ ୫୧ ଶକ୍ତିପୀଠ ଭାବରେ ଗଢ଼ି ଉଠିଥିଲା। ଏହି ମନ୍ଦିର ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ। ବିଶ୍ୱାସ କରାଯାଏ ଯେ, ସତୀଙ୍କ ହୃଦୟ ଏହି ସ୍ଥାନରେ ପଡ଼ିଥିଲା।

ଏହା ଉଲ୍ଲେଖନୀୟ ଯେ, ନବରାତ୍ରି ଏବଂ ଦୀପାବଳି ସମୟରେ ଏଠାରେ  ଭିଡ଼ ଜମିଥାଏ।  ଅମ୍ବାଜୀ ମାତା ମନ୍ଦିର ଚାରିପାଖରେ ଅନେକ ପର୍ଯ୍ୟଟନ ସ୍ଥଳ ଅଛି, ଯାହାକୁ ପର୍ଯ୍ୟଟକମାନେ ପରିଦର୍ଶନ କରିଥାନ୍ତି।

ଏହି ସ୍ଥାନଟି ଆରାବଲ୍ଲୀ ପର୍ବତମାଳାର ଘନ ଜଙ୍ଗଲ ଦ୍ୱାରା ଘେରି ରହିଛି। ନିକଟରେ, ମନ୍ଦିର ନିକଟରେ ଗବର ପାହାଡ଼, କୈଳାସ ଟେକରି ଏବଂ କୁମ୍ଭାରିଆ ଭଳି ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି।