ରାଜ୍ୟକୁ ସ୍ବଚ୍ଛ ଶକ୍ତି ସେସ୍‌ରୁ ଅଂଶ ଦେବା ପ୍ରସ୍ତାବ ନାହିଁ: ମନ୍ତ୍ରୀ

ନୂଆଦିଲ୍ଲୀ : ଓଡ଼ିଶାକୁ ସ୍ବଚ୍ଛ ଶକ୍ତି (କ୍ଲିନ୍‌ ଏନର୍ଜି) ସେସ୍‌ରୁ ୬୦ ପ୍ରତିଶତ ଅଂଶ ଦେବା ନେଇ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।

ସୋମବାର ଦିନ ରାଜ୍ୟସଭାର ପ୍ରଶ୍ନକାଳରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ, ଓଡ଼ିଶାରୁ ଆଦାୟ ହେଉଥିବା କ୍ଲିନ୍‌ ଏନର୍ଜି ସେସ୍‌ରୁ ଅତିକମରେ ୬୦ ପ୍ରତିଶତ ଅଂଶ ରାଜ୍ୟକୁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ କହିଲେ, କ୍ଲିନ୍‌ ଏନର୍ଜି ସେସ୍‌ରୁ ଅଂଶଦେବା ନେଇ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।

ସମ୍ବନ୍ଧିତ ଖବର