ଶିବସେନା ସହ ହାତ ମିଳାଇବା ପ୍ରଶ୍ନ ଉଠୁନି: ଫଡନାଭିସ

ମୁମ୍ବାଇ: ଶିବସେନା ନେତା ସଂଜୟ ରାଉତ ନିକଟରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ଏକ ହୋଟେଲରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା କରିଥିବାରୁ ଏହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଆଜି ଏ ବାବଦରେ ଫଡ଼ନାଭିସ କହିଛନ୍ତି ଯେ ଶିବସେନା ସହ ବିଜେପି ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ। ସେନା ନେତା ତଥା ‘ସାମନା’ର ସଂପାଦକ ରାଉତ କେବଳ ଏକ ‘ସାକ୍ଷାତକାର’ ନେବା ଉଦ୍ଦେଶ୍ୟରେ ତାଙ୍କୁ ଭେଟିଥିଲେ ବୋଲି ସେ କହିଛନ୍ତି। ଶିବସେନା-କଂଗ୍ରେସ-ଏନ୍‌ସିପି ସରକାରର କାର୍ଯ୍ୟରେ ରାଜ୍ୟବାସୀ ଘୋର ଅସନ୍ତୁଷ୍ଟ ଅଛନ୍ତି ଏବଂ ଏହି ସରକାର ତା’ର ଭୁଲ୍‌ ନୀତି ପାଇଁ ଖୁବ୍‌ଶୀଘ୍ର ଭୁଶୁଡ଼ି ପଡ଼ିବ ବୋଲି ଫଡ଼ନାଭିସ କହିଛନ୍ତି।

ସମ୍ବନ୍ଧିତ ଖବର