ନୂଆଦିଲ୍ଲୀ: ଚଳିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା। ସୋମବାର ସେ ଏଥିପାଇଁ ମନୋନୟନପତ୍ର ଦାଖଲ କରିବେ। ତେବେ ଏହାର ପୂର୍ବଦିନ ତାଙ୍କ ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ସଂପର୍କରେ ଏକ ଟିପ୍ପଣୀ ରଖିଛନ୍ତି ଯାହା ଚର୍ଚ୍ଚାର ବିଷୟ ହୋଇଛି। ପୁଅର ସମର୍ଥନ ନ ପାଇ ମୁଁ କୌଣସି ପ୍ରକାର ଧର୍ମସଂକଟରେ ନାହିଁ। ପୁଅ ରାଜଧର୍ମ ପାଳନ କରୁଛି। ମୁଁ ରାଷ୍ଟ୍ର ଧର୍ମ ପାଳନ କରିବି ବୋଲି ସିହ୍ନା କହିଛନ୍ତି। ୮୪ ବର୍ଷୀୟ ଶ୍ରୀ ସିହ୍ନା କହିଛନ୍ତି ଜୁଲାଇ ୧୮ରେ ହେବାକୁ ଥିବା ନିର୍ବାଚନ ବ୍ୟକ୍ତିଗତ ପ୍ରତିଯୋଗିତାଠାରୁ ଅନେକ କିଛି। ସେହିଭଳି ଏହା କେବଳ ଭାରତର ରାଷ୍ଟ୍ରପତି ନିର୍ବାଚନ ଠାରୁ ମଧ୍ୟ ଅଧିକ। ସରକାରଙ୍କ ଏକଚାଟିଆ ନୀତିକୁ ପ୍ରତିହତ କରିବା ଦିଗରେ ଏହା ଏକ ପଦକ୍ଷେପ। ଭାରତର ରାଷ୍ଟ୍ରପତି ପଦରେ କୌଣସି ‘ରବର ଷ୍ଟାମ୍ପ୍’ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୧ ତାରିଖରେ ଜୟନ୍ତ ସିହ୍ନା କହିଥିଲେ ତାଙ୍କ ପିତା ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଏକ ପାରିବାରିକ ପ୍ରସଙ୍ଗ କରନ୍ତୁ ନାହିଁ। ମୁଁ ବିଜେପିର କାର୍ଯ୍ୟକର୍ତ୍ତା ଏବଂ ହଜାରିବାଗର ସାଂସଦ। ମୁଁ ମୋର ସାମ୍ବିଧାନିକ କର୍ତ୍ତବ୍ୟ ସଂପର୍କରେ ସଂପୂର୍ଣ୍ଣ ଭାବେ ସଚେତନ ରହିଛି ଏବଂ ତାହାକୁ ପୂରଣ କରିବି ବୋଲି ଜୟନ୍ତ ସିହ୍ନା କହିଥିଲେ। ଯଶୱନ୍ତଙ୍କ ପତ୍ନୀ ମଧ୍ୟ କହିଛନ୍ତି ଯେ ଏନ୍ଡିଏ ଭଲ ପ୍ରାର୍ଥୀ ଦେଇଥିବାରୁ ଯଶୱନ୍ତଙ୍କ ବିଜୟ ଆଶା କ୍ଷୀଣ।
କୌଣସି ଧର୍ମ ସଂକଟ ନାହିଁ: ଯଶୱନ୍ତ ସିହ୍ନା
/sambad/media/post_attachments/wp-content/uploads/2022/06/5d4gj654gjd65gjd465gjd4g65jd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)