ଓ୍ଵାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ବଡ଼ିମା ଦେଖାଇବାକୁ ଯାଇ ଘୋଷଣା କରିଛନ୍ତି ଯେ ତାଙ୍କ ନିକଟରେ ମଧ୍ୟ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ଙ୍କ ଠାରୁ ଆହୁରି ବଡ଼ ଓ କ୍ଷମତାଶଳୀ ‘ନ୍ୟୁକ୍ଳିୟର ବଟନ୍’ ରହିଛି! କିନ୍ତୁ, ଅସଲ ବାସ୍ତବତା ହେଲା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ ପ୍ରକୃତରେ ସେପରି କୌଣସି ‘ନ୍ୟୁକ୍ଳିୟର ବଟନ୍’ ନାହିଁ!
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ନବବର୍ଷ ଅବସରରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଆମେରିକାକୁ ଧମକ୍ ଦେଇ କହିଥିଲେ ଯେ ତାଙ୍କ ଅଫିସ୍ ଟେବୁଲ୍ ଉପରେ ଏକ ‘ନ୍ୟୁକ୍ଲିୟର ବଟନ୍’ ମହଜୁଦ୍ ଅଛି, ଏବଂ ଯାହାର ପରିସର ମଧ୍ୟରେ ସମଗ୍ର ଆମେରିକା ରହିଛି। ଆଉ ସେ ଏହାକୁ ଦବାଇ ଦେବା ମାତ୍ରେ ହିଁ ସମଗ୍ର ଆମେରିକା ଧୂଳିସାତ୍ ହୋଇଯିବ।
Image Courtesy of CCN. comଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ ଯେ ତାଙ୍କ ନିକଟରେ ମଧ୍ୟ ଉତ୍ତର କୋରିଆ ଠାରୁ ଆକାରରେ ବଡ଼ ଓ ଅଧିକ କ୍ଷମତାଶାଳୀ ‘ନ୍ୟୁକ୍ଲିୟର ବଟନ୍’ ରହିଛି ଏବଂ ଯାହାକି କାର୍ଯ୍ୟକ୍ଷମ ଅଛି!
ତେବେ, ଏପରି ଉତ୍ତର ରଖି ଉତ୍ତେଜନାକୁ ଆହୁରି ତୀବ୍ର କରିଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ ପ୍ରକୃତରେ କିନ୍ତୁ କୌଣସି ପ୍ରକାରର ‘ନ୍ୟୁକ୍ଲିୟର ବଟନ୍’ ନଥିବା ଜାଣିବାକୁ ମିଳିଛି।
କାରଣ, କୌଣସି ଦେଶ ବିରୋଧରେ ନ୍ୟୁକ୍ଲିୟର ବା ଆଣବିକ ଯୁଦ୍ଧ ଆରମ୍ଭ କରିବା ପ୍ରକ୍ରିୟା ବେଶ ଗୁପ୍ତ ଏବଂ ଜଟିଳ। ଏଥିରେ ସାମରିକ ବାହିନୀର କିଛି ନିର୍ଦ୍ଦିିଷ୍ଟ ଏବଂ ସ୍ୱତନ୍ତ୍ର ପଦାଧିକାରୀ ସାମିଲ ହୋଇଥାଆନ୍ତି। ଆଉ ଏହି ଅଧିକରୀମାନେ ସଦା ସର୍ବଦା ରାଷ୍ଟ୍ରପତିଙ୍କ ଆଖପାଖରେ ମହଜୁଦ୍ ରହିଥାଆନ୍ତି। ରାଷ୍ଟ୍ରପତି ଯୁଆଡ଼େ ବି ଯାଆନ୍ତି ଏମାନେ ତାଙ୍କୁ ଅନୁଧାବନ କରିଥାଆନ୍ତି। ଆଉ ନ୍ୟୁକ୍ଲିୟର ବା ଆଣବିକ ଯୁଦ୍ଧ ପାଇଁ ସ୍ୱତନ୍ତ୍ର ଭାଷା ‘କୋର୍ଡ’ ଓ ସ୍ୱତନ୍ତ୍ର ଯୁଦ୍ଧ ପୁସ୍ତିକାର ବ୍ୟବହାର କରା ଯାଇଥାଏ।
www.history.comଯଦି ଆମେରିକାର ରାଷ୍ଟ୍ରପତି ଆମେରିକା ପକ୍ଷରୁ କୌଣସି ଦେଶ ବିରୋଧରେ ନ୍ୟୁକ୍ଲିୟର ବା ଆଣବିକ ଯୁଦ୍ଧ ଘୋଷଣା କରିବାକୁ ଚାହିଁବେ, ତେବେ ତାଙ୍କୁ ସଶରୀରରେ ଆମେରିକାର ସାମରିକ ମୁଖ୍ୟାଳୟ ପେଣ୍ଟାଗନ୍କୁ ଯିବାକୁ ହେବ। ଏବଂ ନ୍ୟୁକ୍ଲିୟର ବା ଆଣବିକ ଯୁଦ୍ଧ ପାଇଁ କେବଳ ମାତ୍ର ତାଙ୍କୁ ପ୍ରଦାନ କରା ଯାଇଥିବା ‘ଗୁପ୍ତ’ କୋର୍ଡ ଶବ୍ଦ ଉଚ୍ଚାରଣ କରିବାକୁ ହେବ। ଏହି ସାଙ୍କେତିକ କୋର୍ଡ ‘ବିସ୍କୁଟ’ ନାମକ ଏକ କାର୍ଡରେ ରେକର୍ଡିଂ ହୋଇ ରହିଥାଏ। ଆମେରିକାର ରାଷ୍ଟ୍ରପତି ସଦା ସର୍ବଦା ଏହି ‘ବିସ୍କୁଟ୍’ କାର୍ଡକୁ ସାଙ୍ଗରେ ଧରି ବୁଲୁ ଥାଆନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ନିକଟରୁ ନ୍ୟୁକ୍ଲିୟର ବା ଆଣବିକ ଯୁଦ୍ଧ ସଂପର୍କରେ ନିର୍ଭୁଲ ସାଙ୍କେତିକ କୋର୍ଡର ଉଚ୍ଚାରଣ ଓ ଆଦେଶ ପାଇଲା ମାତ୍ରେ ହିଁ ଆମେରିକାର ସାମରିକ ମୁଖ୍ୟାଳୟ ପେଣ୍ଟାଗନ୍ରେ ମହଜୁଦ୍ ଥିବା ସାମରିକ ଅଧିକାରୀମାନେ ଆଦେଶ ମୁତାବକ ରାଷ୍ଟ୍ର ବିରୋଧରେ ନ୍ୟୁକ୍ଲିୟର ବା ଆଣବିକ ଯୁଦ୍ଧ ଆରମ୍ଭ କରି ଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Trump_Kim-Jung-Un.jpg)