ବେଙ୍ଗାଲୁରୁ: ଯଦି ଆପଣ ପାଣି ନଷ୍ଟ କରୁଛନ୍ତି ତେବେ ଜାଣି ରଖନ୍ତୁ କି ଆଗମୀ ପିଢ଼ି ଏହି ପାଣି ପାଇଁ କେତେ ଯେ ଅସୁବିଧା ସାମ୍ନା କରିବେ ତାହା ଅନୁମାନ କରିବା କଷ୍ଟ ହେବ। କାରଣ ଦେଶର ଏମିତି କିଛି ସ୍ଥାନ ଅଛି, ଯେଉଁଠାରେ ପାଣିକୁ ନେଇ ଜନତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି। ପାଣିର ହ୍ରାସତା ହେତୁ କିଛି କମ୍ପାନି ନିଜ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଚେନ୍ନାଇ ଓ ଓଲ୍ଡଡ ମହାବଳିପୁରମସ୍ଥିତ ଆଇଟି କମ୍ପାନି ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛନ୍ତି। କାରଣ ଅଫିସ ବିଲଡିଂରେ ଆବଶ୍ୟକତା ଅନୁସାରେ ପାଣି ଆସୁନାହିଁ। ଯେଉଁ କାରଣ ପାଇଁ ଅଫିସ୍କୁ ପରିଚାଳନା କରିବାରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି। କମ୍ପାନି ନିଜ ଆଇଟି କର୍ମଚାରୀଙ୍କୁ କହିଥିଲେ କି, ନିଜ ସୁବିଧା ଅନୁସାରେ କୌଣସି ସ୍ଥାନରୁ ବି କାମ କରି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/xoffice-1560499653.jpg.pagespeed.ic_.sid5FmqPkq.jpg)