ନୂଆଦିଲ୍ଲୀ: ଭାରତରେ କରୋନା ଟିକାର ଦ୍ବିତୀୟ ଡୋଜ୍‌ ଏବଂ ବୁଷ୍ଟର୍‌ ଡୋଜ୍‌ ମଧ୍ୟରେ ୯ରୁ ୧୨ ମାସର ବ୍ୟବଧାନ ରହିପାରେ। କୋଭାକ୍ସିନ ଏବଂ କୋଭିସିଲ୍‌ଡ ଟିକାର ଦ୍ବିତୀୟ ଡୋଜ୍‌ ଓ ବୁଷ୍ଟର ଡୋଜ୍‌ ମଧ୍ୟରେ ସମୟ ବ୍ୟବଧାନ ସ୍ଥିର କରିବା ପାଇଁ ଏବେ ବ୍ୟାପକ ବିଚାର ବିମର୍ଶ ଜାରି ରହିଛି। ଖୁବ୍‌ଶୀଘ୍ର ଏ ବାବଦରେ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଆସିଯିବ ବୋଲି କୁହାଯାଉଛି । ଜାନୁଆରି ୧୦ରୁ ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟ୍‌ଲାଇନ୍‌ କର୍ମୀଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ପ୍ରଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକା ବ୍ୟବଧାନ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ସରକାର ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି। ବିଶ୍ବରେ ଏବେ ୩୬ଟି ରାଷ୍ଟ୍ରରେ ବୁଷ୍ଟର ଡୋଜ୍‌ ଦିଆଯିବା ପ୍ରକ୍ରିୟା ଚାଲିଛି। ଓମିକ୍ରନ୍‌ ପ୍ରଜାତି ଦ୍ବାରା ସଂକ୍ରମଣ ବଢ଼ୁଥିବାରୁ ଅଧିକରୁ ଅଧିକ ରାଷ୍ଟ୍ର ଡୋଜ୍‌ ବୁଷ୍ଟର୍‌ ଡୋଜ୍‌ ପ୍ରଦାନ ପାଇଁ ନିଷ୍ପତ୍ତି ନେଉଛନ୍ତି।