ଜେନିଭା: ଫଳପ୍ରଦ ଟିକା ଉଦ୍ଭାବନ ପାଇଁ ତତ୍ପରତା ଚାଲିଥିଲେ ବି ନୂତନ କରୋନାଭାଇରସ୍ ନିମନ୍ତେ କୌଣସି ଯାଦୁକରି ଚିକିତ୍ସା ବାହାରି ନ ପାରେ ବୋଲି ସୋମବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।
ବିଶ୍ବାବ୍ୟାପୀ ସ୍ବାଭାବିକ ଜୀବନଧାରାକୁ ଓଲଟପାଲଟ କରି ମାରାତ୍ମକ ଆର୍ଥିକ ସଙ୍କଟର କାରଣ ହୋଇଥିବା ମହାମାରୀକୁ ଦମନ କରିବାକୁ ପରୀକ୍ଷା, କଣ୍ଟାକ୍ଟ୍ ଟ୍ରେସିଙ୍ଗ୍, ଲୌକିକ ଦୂରତ୍ବ ବଜାୟ ରଖିବା ଏବଂ ମୁଖାବରଣ ପରିଧାନ କରିବା ଭଳି ଜଣାଥିବା ପ୍ରାଥମିକ ପ୍ରତିରୋଧକ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସରକାର ଓ ନାଗରିକମାନଙ୍କୁ କହିଛି।
Image Courtesy of NDTVବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍ରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଲୋକମାନଙ୍କୁ ସଂକ୍ରମଣରୁ ନିରାପଦ ରଖିବାକୁ ଗୁଡ଼ାଏ ଫଳପ୍ରଦ ଟିକା ଲାଗି ଆମେ ସଭିଏଁ ଆଶା କରୁଛୁ। ଏହିକ୍ଷଣି କିନ୍ତୁ, କୌଣସି ଜାଦୁକରି ଚିକିତ୍ସା ନାହିଁ- କେବେ ନ ହୋଇ ପାରେ ମଧ୍ୟ। ଏବେ ସଂକ୍ରମଣ ରୋକିବା ମୌଳିକ ଜନସ୍ବାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣର ପ୍ରାଥମିକ ବ୍ୟବସ୍ଥା ଉପରେ ନିର୍ଭର କରେ। ସେ ସବୁ କରନ୍ତୁ।
ଏହାଛଡ଼ା, ଘେବ୍ରେୟେସସ୍ କହିଛନ୍ତି ଯେ, ଚୀନ୍ରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମିସନ୍ ପ୍ରାଣୀରୁ କରୋନାଭାଇରସ୍ ମହାମାରୀ ଜାତ ପ୍ରସଙ୍ଗରେ ତଦନ୍ତ କରାଯିବା ନିମନ୍ତେ ଆବଶ୍ୟକ ପ୍ରାଥମିକ କାର୍ଯ୍ୟ ସମାପନ କରିଛି। ପ୍ରାରମ୍ଭିକ ସଂକ୍ରମଣ ମାମଲାରେ ସଂକ୍ରମଣର ଉତ୍ସ ଚିହ୍ନଟ କରିବାକୁ ଊହାନରେ ଏପିଡେମିକୋଲଜିକାଲ୍ ଅଧ୍ୟୟନ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/tedros.jpg)