ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ଭୟକୁ ଦେଖି ସଂସଦର ଶୀତ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁହଁରେ ମାସ୍କ ପିନ୍ଧି ଆସିବା ଦେଖିବାକୁ ମିଳିଛି। ବିର୍ଲା କହିଥିଲେ, କେତେକ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଲାଣି। ଏ ପରିପ୍ରେକ୍ଷୀରେ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସାଧାରଣଙ୍କୁ ମାସ୍କ ନ ପିନ୍ଧି ଗହଳିକୁ ଯିବାକୁ ବାରଣ କରାଯିବା ସହ କୋଭିଡ୍‌ ନିୟମ ପାଳନ କରିବାକୁ କୁହାଯାଇଛି।

Advertisment

ମହାମାରୀର ପୂର୍ବ ଅନୁଭୂତିକୁ ମନେ ପକାଇ ଆମେ ସତର୍କ ରହିବା ଉଚିତ ବୋଲି ସେ ସମସ୍ତ ସଦସ୍ୟଙ୍କୁ କହିଥିଲେ। ସମସ୍ତ ସାଂସଦ ମାସ୍କ ପିନ୍ଧି ଆସିବା ଉଚିତ ବୋଲି ବାଚସ୍ପତି କହିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ‘ଭାରତ ଯୋଡ଼ୋ ଯାତ୍ରା’ରେ କୋଭିଡ୍‌ ନିୟମ ପାଳନ କରିବା ନଚେତ୍ ଯାତ୍ରା ବନ୍ଦ କରିବାକୁ ଚିଠି ଲେଖିବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାଦାନୁବାଦ ଆରମ୍ଭ ହୋଇଥିଲା। ଏହାର ଦିନକ ପରେ ସଂସଦରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି।