ମୋଦୀଙ୍କ ପ୍ରତି କୌଣସି ବିପଦ ନଥିଲା, ଏକଥା ପ୍ରିୟଙ୍କା ଗାନ୍ଧିଙ୍କୁ ଜଣାଇଦେଇଛି : ଚନ୍ନି

ନୂଆଦିଲ୍ଲୀ : ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି । ସେ କହିଛନ୍ତି ଯେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି କୌଣସି ବିପଦ ନଥିଲା । ତାଙ୍କ ନିକଟକୁ କେହି ଯାଇନଥିଲେ । ତାଙ୍କ କାରର ଏକ କିଲୋମିଟର ଦୂରତା ମଧ୍ୟରେ କୌଣସି ବିକ୍ଷୋଭକାରୀ ନଥିଲେ ।  ଏ ସମ୍ପର୍କରେ ସେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଜଣାଇଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫-୨୦ ମିନିଟ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା । ଏହି ଘଟଣା ପାଇଁ ବିଜେପି କଂଗ୍ରେସକୁ ଦାୟୀ କରିଛି । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ବିଜେପି ଅଭିଯୋଗ କରୁଛି । ଅନ୍ୟପକ୍ଷରେ ସଭାରେ ଲୋକ ନଥିବାରୁ ବାହାନା କରି ପ୍ରଧାନମନ୍ତ୍ରୀ ଫେରିଯାଇଥିଲେ ବୋଲି କଂଗ୍ରେସ କହିଛି ।

 

ସମ୍ବନ୍ଧିତ ଖବର