ୟୁପିର କୁଶୀନଗରରେ ହେବ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଶୀନଗରରେ ପ୍ରତିଷ୍ଠା ହେବ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରି ପରିଷଦ ବୈଠକରେ ଏହା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କୁଶୀନଗର ନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ସ୍ଥାପନ ହେ‌ଲେ ରାଜ୍ୟର ବିକାଶ କ୍ଷେତ୍ରରେ ନିଶ୍ଚିତ ସମ୍ଭାବନା ସୃଷ୍ଟି ହେବ। ଏହାଦ୍ବାରା ଦକ୍ଷିଣ-ପୂର୍ବ ଏସିଆ ସହ ଅନ୍ୟ ଦେଶଗୁଡ଼ିକ ସିଧାସଳଖ ଯୋଗାଯୋଗ ସ୍ଥାପନ କରିପାରିବେ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର‌ରେ ମଧ୍ୟ ବିକାଶ ଘଟିବ। ବିଶେଷକରି ଥାଇଲାଣ୍ଡ, ସିଙ୍ଗାପୁର, ଲାଓସ, କାମ୍ବୋଡ଼ିଆ, ଜାପାନ, କୋରିଆ, ଶ୍ରୀଲଙ୍କା ଆଦି ଦେଶଗୁଡ଼ିକ ସହ କୁଶୀନଗର ବିମାନ ବନ୍ଦର ମାଧ୍ୟମରେ ସିଧାସଳଖ ସମ୍ପର୍କ ସ୍ଥାପନ କରାଯାଇ ପାରିବ। ପର୍ଯ୍ୟଟନ, ବିକାଶ ଏବଂ ରୋଜଗାର ‌େକ୍ଷତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବ।

ସମ୍ବନ୍ଧିତ ଖବର