ମୁମ୍ବାଇରେ ୬ ଲକ୍ଷରୁ ଅଧିକ ହୋମ୍‌ କ୍ବାରାଣ୍ଟିନ୍‌ରେ, ୩ଟି ବୃହତ୍‌ ହସ୍ପିଟାଲ୍‌ ହେବ

ମୁମ୍ବାଇ : ମୁମ୍ବାଇରେ ଏବେ ୬.୧୦ ଲକ୍ଷ ଲୋକ ହୋମ୍‌ କ୍ବାରାଣ୍ଟିନ୍‌ରେ ଅଛନ୍ତି ଏବଂ ପ୍ରାୟ ୭୫ ହଜାର ସଂକ୍ରମିତ ଲୋକଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ । ବିଏମ୍‌ସି ଅଧିକାରୀମାନେ କହିଛନ୍ତି, ଆପାର୍ଟମେଣ୍ଟ୍‌ରେ ରହୁଥିବା ଲୋକମାନେ ସାମାନ୍ୟ ଲକ୍ଷଣ ଥିଲେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ବିଏମ୍‌ସି ମଧ୍ୟ ସାମାନ୍ୟ ଲକ୍ଷଣ ଥି‌ଲେ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ଅନୁମତି ଦେଉଛି। ତେଣୁ ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଛି। ତେବେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆପାର୍ଟମେଣ୍ଟ୍‌ର ସେକ୍ରେଟାରି ଏବଂ ହାଉସିଂ ସୋସାଇଟି ଅଧ୍ୟକ୍ଷଙ୍କୁ ରୋଗୀ ରହୁଥିବା ଫ୍ଲାଟ୍‌ ସମ୍ପର୍କରେ ଅବଗତ କରାଯାଉଛି। ତେଣୁ ସେମାନଙ୍କ ଯାତାୟତ ଉପରେ କଡ଼ା ନଜର ରଖାଯାଉଛି। ମୁମ୍ବାଇରେ ଆସନ୍ତା ୫-୬ ସପ୍ତାହ ମଧ୍ୟରେ ୩ଟି ବଡ଼ ଫିଲ୍ଡ ହସ୍ପିଟାଲ୍‌ ପ୍ରତିଷ୍ଠା ହେବ। ପ୍ରତିଟି ହସ୍ପିଟାଲ୍‌ ୨,୦୦୦ ବେଡ୍ ବିଶିଷ୍ଟ ହେବ। ଏଥିରେ ୨୦୦ ଆଇସିୟୁ ବେଡ୍‌ ଏବଂ ୭୦ ପ୍ରତିଶତ ଅକ୍ସିଜେନ୍‌ ବେଡ୍‌ ରହିବ।

ସମ୍ବନ୍ଧିତ ଖବର